Advertisment

ସାବଧାନ ! ଆସୁଛି ବର୍ଷା, ଦୁଇ ଦିନ ଭିଜାଇବ

ପୁଣି ଫେରିଲା ବର୍ଷା, ଦୁଇଦିନ ସାରା ରାଜ୍ୟକୁ ଭିଜାଇବ...

author-image
Sarbeswar
undefined

Rain Alert In Odisha

ପୁଣି ଫେରିଲା ବର୍ଷା। ରାଜ୍ୟରେ ଆସନ୍ତା ୨ ଦିନ ମଧ୍ୟରେ କିଛି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା। ଆଜି ଦକ୍ଷିଣ ଉପକୂଳବର୍ତ୍ତୀ ଓଡିଶା, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ ଆଦି ଜିଲ୍ଲାର ସ୍ଥାନେ ସ୍ଥାନେ ଘନ କୁହୁଡି ଦେଖାଦେବା ନେଇ ସମ୍ଭାବନା ରହିଛି। ସେପଟେ ପଶ୍ଚିମା ଝଡ ସହ ଉତ୍ତର ପୂର୍ବ ମଧ୍ୟ ପ୍ରଦେଶ ଓ ପଶ୍ଚିମବଙ୍ଗର ଉତ୍ତର ଗାଙ୍ଗେୟ ଅଞ୍ଚଳ ଦେଇ ସୃଷ୍ଟି ହୋଇଥିବା ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି। ଆଗାମୀ ୩-୪ ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୩ ତାରିଖରେ ବର୍ଷାର ପରିମାଣ ଅଧିକ ବଢ଼ିବାର ସମ୍ଭାବନା ରହିଛି। ୨୩ ତାରିଖ ପାଇଁ ୮ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂପୁର ଏବଂ କଟକ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

IMD Forecast Rain Alert
Advertisment
Advertisment