Advertisment

କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା ? ଓଡ଼ିଶା ଉପରେ କ’ଣ ରହିବ ପ୍ରଭାବ...ଜାଣନ୍ତୁ କ’ଣ କହିଲା ପାଣିପାଗ ବିଭାଗ

ସମ୍ଭାବ୍ୟ ବାତ୍ୟା କେଉଁଆଡ଼କୁ ଯିବ ? ଏହାର ତୀବ୍ରତା କ’ଣ ରହିବ,  ସେନେଇ ଏପର୍ଯ୍ୟନ୍ତ IMD ପକ୍ଷରୁ ଆକଳନ କରାଯାଇନାହିଁ। ତେବେ ଏହା ଉପରେ ଆଇଏମଡି ନିୟମିତ ନଜର ରଖିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone Alert

Probable cyclone

ବଙ୍ଗୋପସାଗରରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ଗତିପଥ କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୭ରେ ଲଘୁଚାପର ରୂପ ନେଇପାରେ। ପରେ ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟାର ରୂପ ନେଇପାରେ।

Advertisment

ଅଧିକ ପଢ଼ନ୍ତୁ: ମେ’ ମାସରେ କାହିଁକି ହେଉଛି ବାତ୍ୟା ?

ତେବେ ସମ୍ଭାବ୍ୟ ବାତ୍ୟା କେଉଁଆଡ଼କୁ ଯିବ ? ଏହାର ତୀବ୍ରତା କ’ଣ ରହିବ,  ସେନେଇ ଏପର୍ଯ୍ୟନ୍ତ IMD ପକ୍ଷରୁ ଆକଳନ କରାଯାଇନାହିଁ। ତେବେ ଏହା ଉପରେ ଆଇଏମ୍‌ଡି ନିୟମିତ ନଜର ରଖିଛି। ଲଘୁଚାପକ୍ଷେତ୍ର ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ସୂଚନା ଦିଆଯିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଓଡ଼ିଶା ପାଇଁ ମଧ୍ୟ ଏଯାଏ କୌଣସି ପୂର୍ବାନୁମାନ କରାଯାଇନାହିଁ।

ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି, ବାତ୍ୟା କେଉଁଆଡ଼େ ଯିବ, କେତେ ତୀବ୍ରତା ରହିବ, ପୂର୍ବାନୁମାନ ହୋଇନି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ସ୍ପଷ୍ଟ ସୂଚନା ଦେଇପାରିବୁ। ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବା ନେଇ ଆମେ ଏଯାଏ କିଛି କହିନୁ। ଲଘୁଚାପ ସୃଷ୍ଟି ହେଲା ପରେ ଏହାର ପ୍ରଭାବ ସମ୍ପର୍କରେ କହି ହେବ।’

Advertisment

ତେବେ ସାମୁଦ୍ରିକ ଗତିବିଧି ଉପରେ ପୂର୍ବନୁମାନ କରୁଥିବା ଭାରତ ସରକାରଙ୍କ ସଂସ୍ଥା INCOIS ଅନୁସାରେ, ସମ୍ଭାବ୍ୟ ବାତ୍ୟାର ଗତିପଥ ମିଆଁମାର ଆଡକୁ ମୁହାଁଇବ ବୋଲି ଆକଳନ କରାଯାଇଛି । ଅନ୍ୟପକ୍ଷେ, WINDY.COM  ମଡେଲ ଅନୁସାରେ, ସମ୍ଭାବ୍ୟ ବାତ୍ୟା ମିଆଁମାର ଆଡକୁ ଗତି କରିପାରେ। ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ କରାଯାଇନାହିଁ। 

ଆସନ୍ତା ୭ ତାରିଖ ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ କ’ଣ ହେବ ସେ ସମ୍ପର୍କରେ ଜଣାପଡ଼ିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ଏପରିକି ସମ୍ଭାବ୍ୟ ବାତ୍ୟାର ଓଡ଼ିଶା ଉପରେ କ’ଣ ପ୍ରଭାବ ରହିବ ସେ ସମ୍ପର୍କରେ ମଧ୍ୟ କୌଣସି ଘୋଷଣା କରାଯାଇ ନାହିଁ। 

Cyclones Cyclone Alert
Advertisment
Advertisment