Advertisment

ମକ୍କା ମଦିନାରେ ୫୦ ଡିଗ୍ରୀ ପାର୍; ଗରମରେ ଆଖିବୁଜିଲେ ୧୦୦୦ରୁ ଅଧିକ ହଜ୍‌ ଯାତ୍ରୀ

ରିପୋର୍ଟ ଅନୁସାରେ, ଇଜିପ୍ଟର ସର୍ବାଧିକ ୬୫୮ ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଲେଣି। ସେମାନଙ୍କ ମଧ୍ୟରୁ ୬୩୦ଜଣ ତୀର୍ଥଯାତ୍ରୀଙ୍କର ରେକର୍ଡ ରେଜିଷ୍ଟର ହୋଇନି।

ଅଦ୍ୟତନ ହୋଇଛି
Over 1,000 dead during Hajj

Over 1,000 dead during Hajj

Advertisment

ସାଉଦି ଆରବ ମକ୍କା ମଦିନାରେ ହଜ୍ ଯାତ୍ରା ପାଇଁ ପ୍ରବଳ ଜନସମାଗମ ହୋଇଛି। ଲକ୍ଷାଧିକ ହଜ ଯାତ୍ରୀ ସେଠାରେ ପହଞ୍ଚିଛନ୍ତି। ହେଲେ ସେଠାରେ ପ୍ରବଳ ଗରମ ଓ ଗୁଳିଗୁଳିରେ ହଜାରେରୁ ଅଧିକ ତୀର୍ଥଯାତ୍ରୀଙ୍କ ଜୀବନ ଗଲାଣି। ଭୀଷଣ ଗରମ ହଜ ଯାତ୍ରୀଙ୍କ ଜୀବନ ନେଉଛି। ମକ୍କାରେ ତାପମାତ୍ରା ୪୯ଡିଗ୍ରୀରେ ପହଞ୍ଚିଥିବା ବେଳେ ଲୋକ ପୋକମାଛି ପରି ମୃତ୍ୟୁବରଣ କରୁଛନ୍ତି।

Advertisment

ତେବେ ରିପୋର୍ଟ ଅନୁସାରେ, ଇଜିପ୍ଟର ସର୍ବାଧିକ ୬୫୮ ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଲେଣି। ସେମାନଙ୍କ ମଧ୍ୟରୁ ୬୩୦ଜଣ ତୀର୍ଥଯାତ୍ରୀଙ୍କର ରେକର୍ଡ ରେଜିଷ୍ଟର ହୋଇନି। ମୃତକଙ୍କ ମଧ୍ୟରେ କିଛି ଭାରତୀୟ ମଧ୍ୟ ଅଛନ୍ତି। ତାପମାତ୍ରା ବୃଦ୍ଧି ତୀର୍ଥ ଯାତ୍ରୀଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି। ତେବେ କିଛି ତୀର୍ଥଯାତ୍ରୀ ନିଖୋଜ ଥିବା କୁହାଯାଉଛି। ନିଖୋଜ ବ୍ୟକ୍ତିଙ୍କ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯିବା ସହ ସେମାନଙ୍କ ବିଷୟରେ କିଛି ଜଣାପଡିଲେ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ଅଧିକ ପଢ଼ନ୍ତୁ: ତାମିଲନାଡ଼ୁରେ ମଦ ମୃତ୍ୟୁ: ଗଲାଣି ୩୩ଜୀବନ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Advertisment

ସାଉଦି ଆରବ ସରକାରଙ୍କ ସୂଚନା ଅନୁସାରେ, ଚଳିତବର୍ଷ ହଜ ଯାତ୍ରା ପାଇଁ ୧.୮ମିଲିଅନ ଲୋକ ଆସିଛନ୍ତି। ତେବେ ପ୍ରବଳ ଗରମକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀଙ୍କୁ ଛତା ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ସାଙ୍ଗରେ ଆଣିବାକୁ କୁହାଯାଇଛି।ତୀର୍ଥ ଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ୧୬୦୦ମେଡାକାଲ୍ ୟୁନିଟ୍, ଅଂଶୁଘାତଜନିତ ଚିକିତ୍ସା ପାଇଁ ୩୦ରୁ ଅଧିକ ଟିମ୍ ମୁତୟନ ହୋଇଛନ୍ତି।ଏଥିସହ ୫ହଜାର ସ୍ୱାସ୍ଥ୍ୟକର୍ମୀ ଓ ଭଲ୍ୟୁଣ୍ଟର ନିୟୋଜିତ ହୋଇଛନ୍ତି।

Advertisment

ଚଳିତ ବର୍ଷ ହଜ୍ ଯାତ୍ରା ଜୁନ୍‌ ୧୪ରୁ ଆରମ୍ଭ ହୋଇଥିଲା। ଜୁନ୍‌ ୧୯ରେ ଏହା ଶେଷ ହୋଇଛି। ଗତବର୍ଷ ହଜ୍ ଯାତ୍ରା ସମୟରେ ୨୪୦ଜଣ ତୀର୍ଥଯାତ୍ରୀଙ୍କର ପ୍ରାଣହାନୀ ହୋଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଡୋନେସିଆର ଥିଲେ। ତେବେ ସୋମବାର ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ମକ୍କାରେ ତାପମାତ୍ରା ୫୧.୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଯାହାକି କିଛି ଦଶନ୍ଧିରେ ରେକର୍ଡ ତାପମାତ୍ରାଠାରୁ ୦.୪ଡିଗ୍ରୀ ଅଧିକ।

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡରେ ବଡ଼ ଧରଣର ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ

Hajj Pilgrimage Hajj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ