Rainfall Alert: ୨୫ ଯାଏଁ କାଳବୈଶାଖୀ ବର୍ଷା ! ଆଜି ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଆଜି ସାରା ରାଜ୍ୟରେ କାଳବୈଶାଖୀ ଆଶଙ୍କା । ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ ବଜ୍ରପାତ ଓ ପବନ ବହିବା ନେଇ ସତର୍କ । ପଢନ୍ତୁ ପୁରା ଖବର

କାଳବୈଶାଖୀ

ତାଣ୍ଡବ ରଚୁଛି କାଳବୈଶାଖୀ । ଆଜି ବି ସାରା ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ପ୍ରବଳ ବର୍ଷା ସହ କିଛି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ଏଥିପାଇଁ ୩୦ ଜିଲ୍ଲାକୁ ବଜ୍ରପାତ ଓ ପବନ ବହିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିପାରେ । ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ବୋହିବା ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ଆଜି ବର୍ଷା ପବନ ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଏହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଦେବଗଡ଼ । ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସହ କାଁ ଭାଁ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଝଡ଼ ତୋଫାନ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । 

ଅଧିକ ପଢ଼ନ୍ତୁ: ହିଟୱେଭର ନୂଆ ହଟସ୍ପଟ ପାଲଟିଛି ବୌଦ୍ଧ

ଉତ୍ତର ପଶ୍ଚିମ ଭାରତରେ ରହିଛି ଏକ ଟ୍ରାପ୍ ଲାଇନ୍ । ଫଳରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ । ୨୫ ତାରିଖ ପରଠୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କହିଛି ପାଣିପାଗ ବିଭାଗ । 

ଏପଟେ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ। ବିପର୍ଯ୍ୟୟ ଏତେ ଭୟଙ୍କର ଯେ ଲୋକେ କହୁଛନ୍ତି ଗତ କୋଡ଼ିଏ ତିରିଶି ବର୍ଷ ଭିତରେ କେବେ ଏଭଳି କୁଆପଥର ବର୍ଷା ଦେଖିନଥିଲେ । ଅନେକଙ୍କ ଚାଳ ଛପର ସହ ଟାଇଲ ଆଜବେଷ୍ଟସ ଘର ଛାତ ଉଡିଯାଇଛି ତ ଅନେକ କାର, ବସ୍ କାଚ ଭାଙ୍ଗି ଚୁରମାର୍‌ ହୋଇଛି ।

ଅଧିକ ପଢ଼ନ୍ତୁ: ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ