/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645420194.jpg)
Odisha Weather: Dry Spell For Next 2 Days, Temperature To Fall From February 24
ରାଜ୍ୟରେ ଆସନ୍ତା ୨୩ ତାରିଖ ଯାଏଁ ଶୁଖିଲା ପାଗ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବ । ସେହିପରି ଉପକୂଳରୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।
✔️ଆଗାମୀ ୨୩ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା
✔️୨୪ ରୁ ପଶ୍ଚିମା-ଝଡ ଦେଖେଇବ ଓଡ଼ିଶାରେ ପ୍ରଭାବ
✔️ଉପକୂଳରୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତନ ସମ୍ଭାବନା କ୍ଷଣ
✔️ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୨୪ ଘଣ୍ଟାରେ ୩ ରୁ ୪ ଡ଼ିଗ୍ରୀ ଖସିବ ରାତ୍ରି ତାପମାତ୍ରା
— Meteorological Centre, Bhubaneswar (@mcbbsr) February 21, 2022
ଆସନ୍ତା ୨୪ରୁ ପୁଣି ଓଡିଶାରେ ପଶ୍ଚିମାଝଡର ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ସେହିପରି ଆସନ୍ତା ୨୪ରୁ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଉପରେ ୩ ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ହେବାର ସମ୍ଭାବନା ରହିଛି ଏବଂ ଏହା ପରବର୍ତ୍ତୀ ୨ରୁ ୩ ଦିନରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଉପରେ ୩ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ସମ୍ଭାବରନା ରହିଛି ।
ଫେବୃଆରୀ ୨୪ରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ ଆଦି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ସୋନପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)