/odishatv-khabar/media/post_attachments/uploadimage/library/16_9/16_9_0/Weather_1737771870.jpg)
Weather
ରାଜ୍ୟରେ କମିଛି ଜାଡ଼। କିନ୍ତୁ କଲବଲ କରୁଛି କୁହୁଡ଼ି। ଆଜି ବଡ଼ି ଭୋରରୁ କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ଫଳରେ ରାସ୍ତାଘାଟ ଦେଖାଯାଉନି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି।
ଅନ୍ୟପକ୍ଷରେ ରାଜଧାନୀରେ ଅତି ଘନକୁହୁଡି ରେକର୍ଡ କରାଯାଇଛି। ଯାହାର ଦୃଶ୍ୟମାନ ଦୂରତା ମାତ୍ର 30 ମିଟର। ଗତକାଲି ଭୁବନେଶ୍ୱରରେ ରାତି ସାଢେ ୯ଟା ସମୟରେ ଘନକୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ହଜାର ମିଟର ଥିଲା। ଯାହା ମାତ୍ର ଦେଢ ଘଣ୍ଟା ପରେ ଦୃଶ୍ୟମାନ ଦୂରତା ୯ ଶହ ୭୦ ମିଟର ହ୍ରାସ ଘଟିଥିଲା।
ଅର୍ଥାତ ରାତି ୧୧ଟା ବେଳକୁ ଦୃଶ୍ୟମାନ ଦୂରତା ମାତ୍ର ୩୦ମିଟରରେ ପହଞ୍ଚିଥିଲା। ଯାହାକି ଅତିଘନ କୁହୁଡି ପରିସର ଭୁକ୍ତ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଅଧିକ ପଢ଼ନ୍ତୁ: ଅଲଗା ହେବେକି ବିରେନ୍ଦ୍ର ସେହୱାଗ ଏବଂ ପତ୍ନୀ ଆରତୀ ଅହଲାୱତ...
ଆଜି ସକାଳେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁ ଯାତାୟତରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ସେହିପରି ରାଜ୍ୟର ବିଶେଷକରି ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ଦେଓଗଡ଼, ସୁନ୍ଦରଗଡ଼, କୋରାପୁଟରେ ଘନକୁହୁଡି ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।
ଅନ୍ୟପକ୍ଷରେ ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ। ଉପକୂଳରୁ ଆଭ୍ୟନ୍ତର, ସବୁଠି ତାତି ବଢିଲାଣି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ। ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ତାପମାତ୍ରା ବୃଦ୍ଧି ସହ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ। ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରିକ ବାୟୁ ପ୍ରବାହିତ ହେଉଛି। ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଅନ୍ୟପଟେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ଉତ୍ତର ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘନକୁହୁଡି ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)