Advertisment

ଓଡ଼ିଶାକୁ ମାଡ଼ି ଆସୁଛି ବର୍ଷା: ଏହି ସବୁ ସ୍ଥାନରେ ପ୍ରବଳ କାଚିବ

ମାଡ଼ି ଆସୁଛି ଲଘୁଚାପ। ଗୋଟିଏ ନୁହେଁ, ଦୁଇ ଦୁଇଟି ଲଘୁଚାପ ଓଡ଼ିଶା ଆଡେ ମୁହାଁଇଛନ୍ତି। ଏମିତି ସୂଚନା ଦେଇଛନ୍ତି ଅନେକ ଘରୋଇ ପାଣିପାଗ ସଂସ୍ଥା। ଚଳିତ ମାସରେ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାରେ ଲାଗିଛି

author-image
Sarbeswar
ଅଦ୍ୟତନ ହୋଇଛି
undefined

Heavy Rainfall

ଭୁବନେଶ୍ୱର: ମାଡ଼ି ଆସୁଛି ଲଘୁଚାପ। ଗୋଟିଏ ନୁହେଁ, ଦୁଇ ଦୁଇଟି ଲଘୁଚାପ ଓଡ଼ିଶା ଆଡେ ମୁହାଁଇଛନ୍ତି। ଏମିତି ସୂଚନା ଦେଇଛନ୍ତି ଅନେକ ଘରୋଇ ପାଣିପାଗ ସଂସ୍ଥା। ଚଳିତ ମାସରେ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାରେ ଲାଗିଛି। ଏଇ ସେପ୍ଟେମ୍ବରରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇ ସାରିଥିବା ବେଳେ ଏବେ ପୁଣି ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ହେଲେ ଏହି ଦୁଇଟି ଯାକ ଲଘୁଚାପ ଏକା ସମୟରେ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଉଛି।

Advertisment

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଆକଳନ ଅନୁସାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ସଂଧ୍ୟାରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହି ଲଘୁଚାପଟି ଉତ୍ତର-ଓଡ଼ିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଯାହାର ସୂଚନା ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ଦେଇ ସାରିଛି। ତେବେ ଓଡ଼ିଶାର ଅନେକ ସ୍ଥାନରେ ଆଜିଠାରୁ ହିଁ ବର୍ଷା ଆରମ୍ଭ ହୋଇଯାଇଛି।

Advertisment

ଦ୍ୱିତୀୟ ଲଘୁଚାପଟି ଉତ୍ତର-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହରଦିନ ସୃଷ୍ଟି ହେବାର ରହିଛି। ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଅନୁମାନ କରାଯାଉଛି। ଯାହାର ପ୍ରଭାବରେ ୨୬ ତାରିଖରୁ ବର୍ଷାର ପରିମାଣ ବଢିବା ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ଭିଏତନାମ ଉପକୂଳରେ ଡିପ-ଡିପ୍ରେସନ ଆକାରରେ ଏହା ରହିଛି। ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ବଙ୍ଗୋପାସଗରରେ ପ୍ରବେଶ କରିବା ବେଳକୁ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ବୋଲି କୁହାଯାଉଛି। ଆସନ୍ତାକାଲି ଓ ପହରଦିନ ସୃଷ୍ଟି ହେଉଥିବା ଲଘୁଚାପ ପ୍ରଭାବରେ କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Weather Update Rain Alert
Advertisment
Advertisment