Advertisment

କାଲିଠୁ ପ୍ରବଳ ବର୍ଷିବ! ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସକ୍ରିୟ ମୌସୁମୀ ପ୍ରଭାବରେ କାଲିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ପ୍ରବଳ ବର୍ଷା ନେଇ ଆସନ୍ତା କାଲି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
Odisha Rainfall Alert

Rain

Advertisment

ସକ୍ରିୟ ମୌସୁମୀ ପ୍ରଭାବରେ କାଲିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ପ୍ରବଳ ବର୍ଷା ନେଇ ଆସନ୍ତା କାଲି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଗଂଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାକୁ ୟେୱୋ ୱାର୍ଣ୍ଣିଂ ଜାରି ହୋଇଛି।

Advertisment

କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ମଧ୍ୟ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି। ଏହାସହ ୭ ତାରିଖ ପାଇଁ ୬ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ସମ୍ବଲପୁର ଏବଂ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏହି ସମୟରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ନେଇ ସତର୍କ କରାଯାଇଛି। ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ! ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

Advertisment

ସେପଟେ ଗତକାଲି ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତଥାପି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି କିମ୍ବା ଉଦବେଗଜନକ ସ୍ଥିତି ଉପୁଜି ନାହିଁ। ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, କେବଳ ମାଲକାନଗିରି ଜିଲ୍ଲାରେ ଯାହା ଅଧିକ ବର୍ଷା ହେବାରୁ କ୍ଷୟକ୍ଷତି ହୋଇଛି। ବୈତରଣୀ,ବୁଢ଼ାବଳଙ୍ଗ ଅପ୍ ଟ୍ରେଣ୍ଡରେ ପାଣି ପ୍ରବାହିତ ହେଉଥିଲେ ବି ବିପଦ ସଂକେତ ତଳେ ରହିଛି। ହୀରାକୁଦରେ ୬ଟି ଗେଟ୍ ଖୋଲା ଥିଲା। ମହାନଦୀ ଉପର ମୁଣ୍ଡରେ ଯେହେତୁ ଆଭରେଜ୍ ୩୦ ମିଲିମିଟର ଉପରେ ରେନ୍ ଫଲ ହେଇଛି। ତେଣୁ ଆହୁରି ୮ ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି।

Advertisment

ଗତକାଲି ହୀରାକୁଦ ଡ୍ୟାମ୍ ଜଳ ପରିଚାଳନା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୁର୍ଲା ଅଶୋକ ନିବାସ ଠାରେ ଅନୁଷ୍ଠିତ ଏହି ବୈଠକରେ ହୀରାକୁଦ ଡ୍ୟାମ୍ ସମେତ ଝାରସୁଗୁଡା ଏବଂ ସମ୍ବଲପୁରର ଜଳ ସମ୍ପଦ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ବିଶେଷ କରି ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ ଉତ୍ପାଦନ ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗ ସହ ତଥ୍ୟ ଆଦାନ ପ୍ରଦାନ ଉପରେ ଆଲୋଚନା ହୋଇଥିଲା।

Weather Update Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ