• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳିଛି  । ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ହେଉଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବର୍ଷାରେ ଭିଜୁଛି ଓଡ଼ିଶା :-

ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଶେଷ ଭାବେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଗତକାଲି ରାତିଠୁ ବର୍ଷାର ପରିମାଣ ବଢ଼ିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ବର୍ଷା ହେଉଛି । ଏହାର ପ୍ରଭାବ ଆସନ୍ତାକାଲି ଯାଏଁ ରହିବ । ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳିଛି ।

ପ୍ରବଳ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ସ୍ଥାନ ପ୍ରଭାବିତ ହୋଇଛି । ଜଣନ୍ତୁ କେଉଁ କେଉଁ ସ୍ଥାନ :-

ବର୍ଷାରେ ବେହାଲ ପୁରୀ :-

 ଗତକାଲି ହୋଇଥିବା ବର୍ଷାରେ ପୁରୀ ସହର ବେହାଲ ହୋଇଛି । ମାର୍କେଟ ଛକରୁ ଡାକ୍ତରଖାନା ଯାଏଁ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ବାସେଳି ସାହି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶି ଯାଇଛି । ଆଣ୍ଠୁଏ ଉଚ୍ଚର ପାଣି ଲୋକଙ୍କ ଘରେ ପଶି ଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ।

୪ ଦିନ ହେଲାଣି ପାଣିରେ ଉବୁଟୁବୁ ମୋଟୁ :-

ମାଲକାନଗିରିର ମୋଟୁ ଅଞ୍ଚଳରେ ଗତକାଲିଠାରୁ ପାଣି ସାମାନ୍ୟ କମିଥିଲେ ମଧ୍ୟ ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ହୋଇନି । କେଉଁଠି ଆଣ୍ଠୁଏ ପାଣି ତ କେଉଁଠି ଛାତି ଯାଏ ପାଣି ରହିଛି ।  ଘର ଦ୍ୱାର ପାଣିରେ ବୁଡ଼ି ରହିଛି। ସାବେରୀ ଓ ସିଲେରୁ ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ଜଳମଗ୍ନ ହୋଇଛି ପୁରା ଅଞ୍ଚଳ  ପୁରୁଣା ମୋଟୁର ୩ଟି ଗାଁ ପାଣିରେ ବୁଡ଼ି ରହିଛି । ଏହା ଅଞ୍ଚଳର ପ୍ରାୟ ୫ ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ  କରାଯାଇଛି ସ୍ଥାନାନ୍ତର ।  ବିନାୟକପୁର, ଆଲମା, ପୁରୁଣା ମୋଟୁ, ପେଟାର ଲୋକଙ୍କୁ ସୁରକ୍ଷିତ ଜାଗାକୁ ନିଆଯାଇଛି । ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ  ଆଶ୍ରୟ  ସ୍ଥଳରେ ରଖି ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଏବେ ମଧ୍ୟ ୩୨୬ ନମ୍ବର ଜାତୀୟ ରାଜପଥ ପାଣିରେ ବୁଡ଼ି ରହିଛି । 

ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର :-

ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଦମ୍ବପଡାରେ ଥିବା ଭୂତଳ ପୋଲରେ ଅଣ୍ଟାଏ ଉଚ୍ଚର ପାଣି ଜମିବା ଫଳରେ ସେ ରାସ୍ତା ଦେଇ ଯାତାୟାତ ଠପ୍ ହୋଇଯାଇଛି । ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଫିସ୍, ଆରପିଏଫ ଅଫିସ ବି ପାଣି ଘେରରେ ରହିଛି । 

ଫୁଲବାଣୀରେ ବର୍ଷା ପ୍ରଭାବ :-

ଜଳାର୍ଣ୍ଣବ ଫୁଲବାଣୀ ସହର  ସହରର ବିଭିନ୍ନ ସାହି ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ବର୍ଷା ପାଣି ପ୍ରବାହିତ ହେଉଛି । ଏହା ସହ ସାଲୁଙ୍କି ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଫୁଲବାଣୀ ସହର ନଦୀଖଣ୍ଡି ସାହିରୁ ଡାକପାଲାକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ପ୍ରକୃତି ବିହାର, ମୁଖ୍ୟ ବଜାର,ମ୍ୟୁନିସିପାଲିଟି ରୋଡ଼ ବର୍ଷା ପାଣି ଜମି ରହିଛି  ।

ଗଜପତିରେ ପ୍ରବଳ ବର୍ଷା :-

ଲଗାଣ ବର୍ଷା ଯୋଗୁ ଗଜପତି ଗୁମ୍ମାରେ ହୋଇଛି ଭୂସ୍ଖଳନ । ବଡ଼କଳାକୋଟ ପଞ୍ଚାୟତ ଜାଙ୍ଗିଡିତୁଲରେ କିଛି ଘର ଉପରକୁ ମାଡ଼ି ଆସିଛି ମାଟି ଅତଡ଼ା । ଫଳରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ସୌଭାଗ୍ୟବଶତଃ କାହାରି କିଛି କ୍ଷୟକ୍ଷତି ହୋଇନି। ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ପାଣି ଚାଲୁଛି ।