Advertisment

'ଆଗକୁ ରାଜ୍ୟରେ ଗମ୍ଭୀର ହେବାକୁ ଯାଉଛି ମରୁଡି ସ୍ଥିତି'

ସେପଟେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ସରକାର ସଜାଗ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ଏବେ ବି ବର୍ଷା ହେବାର ସମୟ ଅଛି। ଜିଲ୍ଲାପାଳମାନେ ପ୍ରାକୃତିକ ବିପର୍ଯ୍ୟୟ କମିଟିକୁ ଦୈନିକ ବର୍ଷାର ରିପୋର୍ଟ ଦିଅନ୍ତି। ସରକାର ସବୁ ସମୟରେ ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
'ଆଗକୁ ରାଜ୍ୟରେ ଗମ୍ଭୀର ହେବାକୁ ଯାଉଛି ମରୁଡି ସ୍ଥିତି'

Drought Situation

ଭୁବନେଶ୍ୱର: ଆଗକୁ ଗମ୍ଭୀର ହେବାକୁ ଯାଉଛି ମରୁଡି ସ୍ଥିତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୯ ଟି  ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୧ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି। ବିଶେଷ କରି ମୌସୁମୀ ସକ୍ରିୟ ହେବା ପରେ ଓଡିଶାରେ ଲଘୁଚାପ ପ୍ରଭାବରେ ବର୍ଷା ହୁଏ କିନ୍ତୁ ଚଳିତ ବର୍ଷ ୪ଟି ଲୋ ପ୍ରେସର ବର୍ତ୍ତମାନ ସୁଦ୍ଧା ଫର୍ମେସନ ହୋଇଥିଲେ ମଧ୍ୟ ଗୋଟିଏ ଲୋ ପ୍ରେସରର ପ୍ରଭାବ ଓଡିଶା ଉପରେ ରହିଥିଲା। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Advertisment

ସେପଟେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ସରକାର ସଜାଗ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ଏବେ ବି ବର୍ଷା ହେବାର ସମୟ ଅଛି। ଜିଲ୍ଲାପାଳମାନେ ପ୍ରାକୃତିକ ବିପର୍ଯ୍ୟୟ କମିଟିକୁ ଦୈନିକ ବର୍ଷାର ରିପୋର୍ଟ ଦିଅନ୍ତି। ସରକାର ସବୁ ସମୟରେ ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି। 

Advertisment

ସେହିପରି ଆସନ୍ତାକାଲି ଯାଏଁ ବର୍ଷା ଓ ବଜ୍ରପାତ ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼, ଗଂଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ବୌଦ୍ଧ।

Odisha News Rainfall Updates
Advertisment
Advertisment