• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର ଓଡିଶା ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ଯୋଗୁଁ ଏହାର ପ୍ରଭାବରେ ବର୍ଷା ହେଉଛି । ଏଭଳି ବର୍ଷା ଆହୁରି ୩-୪ ଦିନ ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ୩ ଦିନର ଲଗାଣ ବର୍ଷାରେ ମାଲକାନଗିରିର ସ୍ଥିତି ବେହାଲ ହୋଇପଡିଛି । ଗୋଦାବରୀ ନଦୀ ଫୁଲିବା ଯୋଗୁଁ ସିଲେରୁ ଓ ସାବେରି ନଦୀରୁ ଜଳ ନିଷ୍କାସନ ହୋଇପାରୁନାହିଁ । ୩୨୬ ନମ୍ବର ଜାତୀୟ ରାଜପଥ ମୋଟୁ ନିକଟରେ ରାସ୍ତା ଉପରେ ୫ ଫୁଟ୍‌ର ପାଣି ଚାଲୁଛି । ଫଳରେ ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।

ସେପଟେ ବାଲେଶ୍ୱର ଜିଲ୍ଲା ଭୋଗରାଇର ତାଳସାରୀ ଓ ସଦର ବ୍ଳକରେ ଗାଁକୁ ମାଡିଯାଇଛି ସମୁଦ୍ର ପାଣି ସାର୍ଥା ପଂଚାୟତର ମେଘା ଏବଂ ବୁଦ୍ଧିଆମାରୀ ଗାଁରେ ସମୁଦ୍ର ଜୁଆର ମାଡି ଜଳମଗ୍ନ ହୋଇଯାଇଛି । ଦୁଇ ଦିନ ଧରି ସମୁଦ୍ରର ଏଭଳି କରାଳ ରୂପକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ।