Advertisment

Untimely Rain: ବାତ୍ୟା ‘ଦାନା’କୁ ବଳିଗଲା ଅଦିନ ମେଘ; ଅମଳ ବେଳରେ ସବୁଠି ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ

ଧାନ ତ ନୁହେଁ, ସୁନା ଫଳିଥିଲା..ଫସଲ ତ ନୁହେଁ, କ୍ଷେତ ମଝିରେ ଆହାର ପୂରିଥିଲା। ହେଲେ ସେହି ସୁନାର ଫସଲ ଆଉ ବର୍ଷକର ଆହାର ଉଜୁଡ଼ିଯିବା ପରେ ଚାଷୀ ବା ଆଉ କରିବ କ’ଣ, ଶେଷରେ ହତାସ ହୋଇଯାଇଛି।

ଅଦ୍ୟତନ ହୋଇଛି
Incessant Rain Submerges Acres of paddy Crops

Incessant Rain Submerges Acres of paddy Crops

Advertisment

ବାତ୍ୟା ‘ଦାନା’ ଯେତିକି ଉଜାଡ଼ି ନଥିଲା, ତାଠୁ ଅଧିକ ଉଜାଡ଼ିଲା ଲଘୁଚାପ ବର୍ଷା। ବିଲ ମଝିରୁ ଅଦିନିଆ ବର୍ଷା ଚାଷୀର ବର୍ଷକର ଆହାର ଛଡ଼ାଇ ନେଇଛି। ଆଜି ବର୍ଷା ଛାଡ଼ିବା ପରେ କେଉଁଠି କ୍ଷେତ ଭିତରେ ପାଣି କାଟି ଧାନ କଳେଇକୁ ସଂଗ୍ରହ କରୁଛି ଚାଷୀ ତ ଆଉ କେଉଁଠି ଓଦା ଧାନକୁ ଖଳାକୁ ଆଣି ଶୁଖାଉଛି। କିନ୍ତୁ ଏବର୍ଷ ଯେ, ଏହି ଫସଲରୁ ପରିବାର ମୁହଁକୁ ଦାନା ଦେଇପାରିବ, ଆଶା ଛାଡ଼ି ଦେଇଛି। ରାଜସ୍ବ ମନ୍ତ୍ରୀ କହିଛନ୍ତି, ଆକଳନ ପରେ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବ।

Advertisment

ଧାନ ତ ନୁହେଁ, ସୁନା ଫଳିଥିଲା..ଫସଲ ତ ନୁହେଁ, କ୍ଷେତ ମଝିରେ ଆହାର ପୂରିଥିଲା। ହେଲେ ସେହି ସୁନାର ଫସଲ ଆଉ ବର୍ଷକର ଆହାର ଉଜୁଡ଼ିଯିବା ପରେ ଚାଷୀ ବା ଆଉ କରିବ କ’ଣ, ଶେଷରେ ହତାସ ହୋଇଯାଇଛି। ଆଜି ବର୍ଷା ଛାଡ଼ିଛି, ପାଗ ବଦଳିଛି। କିନ୍ତୁ ଲଘୁଚାପଜନିତ ବର୍ଷାର ଦାଉ ପରେ କ୍ଷେତ ମଝିରୁ ବାରି ହେଉଛି ଉଜୁଡ଼ା ଫସଲର କ୍ଷତଚିହ୍ନ। ମାଟିରେ ଲୋଟି ପାଣିରେ ବତୁରି ଯାଇଥିବା କଳେଇ ଉଠେଇଲା ବେଳକୁ ବାରି ହେଉଛି ଚାଷୀର ବେଦନା। ଧାନ ବିଡ଼ାକୁ ପାଣିରୁ ଛାଣି ଉଚ୍ଚସ୍ଥାନକୁ ନେଇ ଶୁଖାଇବାକୁ ଉଦ୍ୟମ କରିଛନ୍ତି ଚାଷୀ। 

ଅଧିକ ପଢ଼ନ୍ତୁ: ପୁଣି କାଚିବ ବର୍ଷା ! ୨୪ ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଚାଷୀ କୂଳକୁ କାଳ ସାଜିଥିବା ଅଦିନିଆ ବର୍ଷା, ଆଖି ଆଗରେ  ନଷ୍ଟ କରିଦେଇଛି ବର୍ଷକର ଦାନାପାଣି, ଯିଏ ଦେଖୁଛି, ସିଏ ହିଁ ଜାଣୁଛି। ଯାଜପୁର ହେଉ ବା ଭଦ୍ରକ,ଢେଙ୍କାନାଳହେଉ ବା କଟକ ଜିଲ୍ଲା, କ୍ଷେତ ମଝିରେ ବର୍ଷା ପାଣିରେ ବତୁରି ଯିବା ପରେ ଚାଷୀର ଦୁର୍ଦ୍ଦଶା ଏବେ କହିଲେ ନସରେ। କେବଳ ଧାନ ନୁହେଁ, ପରିବା ଫସଲ ବି ପାଣି ମାଡ଼ ଖାଇ ମାଟିରେ ଲୋଟିଛି। ଏମିତି ଘଟଣା ହେଉଛି କଟକ ବାଙ୍କୀ ଇଲାକାର। ଯେଉଁ ଅଞ୍ଚଳର ପରିବା କଟକ-ଭୁବନେଶ୍ବରବାସୀଙ୍କ ଦୈନିକ ଆବଶ୍ୟକତାକୁ ପୂରଣ କରିଥାଏ। କିନ୍ତୁ ହେକ୍ଟର ହେକ୍ଟର ପରିବା ଏବେ ଉଜୁଡ଼ିଯାଇଛି ଏଭଳି ଭାବେ। 

Advertisment

ଲଘୁଚାପ ବର୍ଷା କେବଳ ଉପକୂଳ ଓଡ଼ିଶା ନୁହଁ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଚାଷୀଙ୍କୁ ବି ବ୍ୟାପକ କ୍ଷତିରେ ପକାଇଛି। ଏଭଳି ସ୍ଥିତିରେ ଚାଷୀଙ୍କୁ କିଭଳି କ୍ଷତିପୂରଣ ଦିଆଯିବ, ସେନେଇ ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ, ଆରଡିସିଙ୍କ ସମେତ ରାଜସ୍ବ ଅଧିକାରୀଙ୍କ ସହ ନିଜେ କଥାବାର୍ତ୍ତା ହୋଇଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ।କ୍ଷୟକ୍ଷତିର ସଠିକ୍ ଆକଳନ, ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଉପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ଅଧିକ ପଢ଼ନ୍ତୁ: ଆଜିଠୁ ବଦଳିବ ପାଗର ମିଜାଜ୍; କମିବ ବର୍ଷା, ବଢିବ ଶୀତ

Paddy Rain Incessant Rain Paddy Crops
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ