• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ସଂଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ଫଳରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ବିଶେଷ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି । ବ୍ୟାକ୍ ଓ୍ବାଟର ଯୋଗୁଁ କିଛି ଜାଗାରେ ପାଣି ପଶିଯାଇଛି । ଆବଶ୍ୟକ ଅନୁସାରେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତର ସହ ରନ୍ଧାଖାଦ୍ୟ ଦେବାକୁ କୁହାଯାଇଛି । ଆବଶ୍ୟକ ଅନୁସାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଆଶଙ୍କାକୁ ଦେଖି କର୍ମଚାରୀଙ୍କ ଛୁଟି ବାତିଲ କରିବେ ଜିଲ୍ଲାପାଳ ।

ଆଗାମୀ ୪୮ ଘଣ୍ଟା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସର୍ବାଧିକ ପାଣି ପାସ୍ କରିବାକୁ ଥିବାରୁ ନଦୀ ବନ୍ଧକୁ ଜଗିବାକୁ ପଡ଼ିବ । ପ୍ରଥମ ବନ୍ୟା; ମୂଷା ଗାତ, ବିଲୁଆ ଗାତ ପାଇଁ ଘଳିଆ ପଡ଼ିପାରେ । ନଦୀ ବନ୍ଧ ପ୍ରତି ନଜର ରଖିବାକୁ ଜଳ ସଂପଦ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ଏସଆସରସି।

ସେହିପରି ହୀରାକୁଦର କେତେ ଗେଟ୍ ଖୋଲାଯିବ, ଆଜି ଅପରାହ୍ନ ୩ଟାରେ ସେହି ନିଷ୍ପତ୍ତି ନିଆଯିବ । ହୀରାକୁଦରୁ ଏବେ ୭ ଲକ୍ଷ ୮୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୪୫ ହଜାର କ୍ୟୁସେକ ଜଳ ବାହାରୁଛି । ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା କହିଛନ୍ତି ଏସ୍ଆରସି । ଆଉ କେତେ ଗେଟ୍ ଖୋଲାଯିବ, ତାର ସମୀକ୍ଷା କରାଯାଉଛି ।

ସେପଟେ ଫୁଲୁଛି ହୀରାକୁଦ ଡ୍ୟାମ୍ । ୬୨୬ ଫୁଟ୍ ଟପିଛି ଜଳସ୍ତର । ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୬.୦୮ ଫୁଟ୍ ଛୁଇଁଛି । ଡ୍ୟାମ୍କୁ ବନ୍ୟାଜଳ ପ୍ରବେଶ ବଢ଼ୁଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି । ବନ୍ୟାଜଳ ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ଗତକାଲି ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ବନ୍ୟା ସମୀକ୍ଷା ବୈଠକ ପରେ ୮ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।