Advertisment

ବର୍ଷା ଦେଲା ଆଶ୍ୱସ୍ତି : ଚାଷୀ, ମନ୍ତ୍ରୀ ସମସ୍ତେ ଖୁସି

ରାଜ୍ୟରେ ପ୍ରବଳ ବର୍ଷା, ଆଉ ଗଜା ମରୁଡ଼ିର ଆଶଙ୍କା ନାହିଁ : କୃଷି ମନ୍ତ୍ରୀ

author-image
Prangyan Parimita
Ranendra Pratap Swain

Ranendra Pratap Swain

ସାମାନ୍ୟ ଡେରିରେ ହେଉ ପଛେ ବର୍ଷା ହୋଇଥିବାରୁ ଆଶ୍ୱସ୍ତି ପ୍ରକାଶ ପାଇଛି। କାରଣ ବର୍ଷା ଅଭାବରୁ ଚାଷବାସ ଅଟକି ରହିଥିଲା । ଗଜା ମରୁଡ଼ିର ଆଶଙ୍କା ଦେଖା ଦେଇଥିଲା । ଏବେ ବର୍ଷା ହେବା ପରେ ଚାଷୀଙ୍କ ସହିତ ସରକାର ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି । କୃଷି ମନ୍ତ୍ରୀ କହିଛନ୍ତି, ବର୍ଷା ହୋଇଥିବାରୁ ଆଉ ଗଜା ମରୁଡ଼ିର ଡର ନାହିଁ ।

Advertisment

ଏଭଳି ସ୍ଥିତି ଆଉ ୫ ଦିନ ଜାରି ରହିଲେ ଚାଷ କ୍ଷେତ୍ରରେ ଚିନ୍ତା ରହିବ ନାହିଁ। ଏବେ ଖରିଫ ଫସଲ ପାଇଁ ଆମେ ତତ୍ପର । ଭୁବନେଶ୍ୱର କୃଷି ଭବନ ପରିସରରେ ଏକ ସମୀକ୍ଷା ବୈଠକ କରିବା ପରେ ଏହା କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଲକ୍ଷ୍ୟ ହାସଲର ସମୀକ୍ଷା କରିଥିଲେ ମନ୍ତ୍ରୀ। ଏହି ସମୀକ୍ଷା ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ନିର୍ଦ୍ଦେଶାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ । ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେଇପାରେ । ଫଳରେ ଆସନ୍ତା କିଛି ଦିନ ବର୍ଷା ଜାରି ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୧ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।

Advertisment

ସେହିପରି ୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ମାତ୍ର ଗୋଟିଏ ଦିନର ବର୍ଷା ଯୋଗୁଁ ଚାଷବାସରେ ଜୀବନ ଭରିଛି । ହେଲେ ଡ୍ରେନେଜ୍ ସମସ୍ୟା ଯୋଗୁଁ ନର୍ଦ୍ଦମା ପାଣିରେ ଭାସୁଛି ସହର । ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ଝାରସୁଗୁଡ଼ାରେ ପ୍ରବଳ ବର୍ଷା ।

Ranendra Pratap Swain Rainfall Drought
Advertisment
Advertisment