• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁମ୍ବାଇ : ଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଆର୍ଥିକ ରାଜଧାନୀରେ ପ୍ରବଳ ବର୍ଷା ହେଉଛି । ମୁମ୍ବାଇରେ ବର୍ଷା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭାରତୀୟ ପାଣିପାଗ ବିଭାଗ ୨୪ ଘଣ୍ଟା ପାଇଁ ରେଡ ଆଲର୍ଟ ଜାରି କରିଛି । ତିନି ଘଣ୍ଟାର ବର୍ଷାରେ ମୁମ୍ବାଇବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ବର୍ଷାରେ କେଉଁ ସ୍ଥାନରେ ପାଣିରେ କାରଟି ଭାସୁଥିବା ଦେଖିବାକୁ ମିଳିଥିଲା ​​ତ ଆଉ କେଉଁଠି ବାଇକ୍ ଭାସି ଯାଉଥିଲା ।

ମୁମ୍ବାଇରେ ବର୍ଷା ଏବଂ ଭୂସ୍ଖଳ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ଜୀବନ ଗଲାଣି । କେବଳ ଚେମ୍ବୁରରେ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ମୋଟ ୫ଟି ଦୁର୍ଘଟଣା ଘଟିଛି । ଶନିବାର ରାତି୧୧ଟା ରେ ବର୍ଷା ହୋଇଥିଲା ଏବଂ ରବିବାର ମଧ୍ୟ ଜାରି ରହିଥିଲା । ଏହି ସମୟ ମଧ୍ୟରେ ଭାଣ୍ଡୁପରେ ଜଣେ, ବିକ୍ରୋଲିରେ ୧୦, ଅନ୍ଧେରି ୱେଷ୍ଟରେ ଜଣେ ଓ କାନ୍ଦିଭଲି ଇଷ୍ଟରେ ଜଣଙ୍କର ଜୀବନ ଯାଇଛି । ସେହିପରି ବର୍ଷା ପାଇଁ ରେଳ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି ।

ନଦୀ ଓ ସମୁଦ୍ରର ସ୍ଥିତି ରାତି ଅଧରେ ଲୋକଙ୍କ ଘରେ ଅଣ୍ଟାଏ ଉଚ୍ଚର ପାଣି ପଶିବାରୁ ଆକ୍ତାମାକ୍ତା ହୋଇପଡ଼ିଥିଲା ଜନଜୀବନ। ରାସ୍ତାଘାଟର ଦୃଶ୍ୟ ନକହିବା ଭଲ । ଚୁନାଭାଟି, ସିଓନ, ଦାଦର, ଗାନ୍ଧି ମାର୍କେଟ, କୁର୍ଲା ଏଲବିଏସ୍ ରୋଡ୍ ଆଦି ଅଞ୍ଚଳରେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଛାତିଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଥିଲା । ଠପ୍ ହୋଇପଡ଼ିଥିଲା ଚଳଚଂଚଳ ମୁମ୍ବାଇ । ବନ୍ଦ ହୋଇଥିଲା ଗାଡ଼ି ମୋଟର। ହିଭଳି କୃତ୍ରିମ ହ୍ରଦର ରୂପ ନେଇଥିଲା ହିନ୍ଦମାତା ଅଞ୍ଚଳରେ ଏ ମୁଖ୍ୟ ରାସ୍ତା ।

ମୁମ୍ବାଇ ମହାନଗରରୀରେ ଜଳ ପ୍ରଳୟ ନୂଆ ନୁହେଁ। ମୌସୁମୀ ସକ୍ରିୟ ଥିବା ବେଳେ ପ୍ରତିବର୍ଷ ମହାନଗରବାସୀଙ୍କୁ ନାକେଦମ କରିଥାଏ ବର୍ଷା ବିପତ୍ତି । ଆଗାମୀ ୫ ଦିନ ଧରି ବର୍ଷା ଲାଗି ରହିବାକୁ ଥିବାରୁ ମହାନଗରୀ ବାସିନ୍ଦାଙ୍କୁ ଅଧିକ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି।