Advertisment

Monsoon Vanished from Odisha: ଲୁଚକାଳି ଖେଳୁଛି ମୌସୁମୀ, ୫ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

ମୁଣ୍ଡଫଟା ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି। ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲା ଗ୍ରୀଷ୍ମ ପ୍ରବାହ। ରାଜ୍ୟକୁ ମୌସୁମୀ ଛୁଇଁ ସାରିଥିବା ବେଳେ ତାଉ ଦେଖାଉଛି ତାତି। ରାଜଧାନୀ ଭୁବନେଶ୍ବରରେ ଗତ ୩୦ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୩୫.୮ ଡିଗ୍ରୀ ରେକର୍ଡ ହୋଇଥିଲା। ତିନି ଦିନରେ ପାରଦ ୪ ଡିଗ୍ରୀ ବଢି ୪୦ ଡିଗ୍ରୀ ପାଖାପାଖି ପହଁଚିଛି।

rain

rain

Advertisment

ଓଡ଼ିଶା ଛୁଇଁ ମୌସୁମୀ ଗାଏବ୍। ଆକାଶରେ ମେଘ ନାହିଁ, ଖରା ଟାଇଁ ଟାଇଁ। ଆଜି ୩୯.୬ ଡିଗ୍ରୀ ସହ ଭୁବନେଶ୍ବର ପାଲଟିଛି ରାଜ୍ୟର ଦ୍ବିତୀୟ ଉତ୍ତପ୍ତ ସହର, ଆଉ ୩୯.୮ ଡିଗ୍ରୀ ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସ୍ଥାନ। ଆସନ୍ତା ୫ଦିନ ଯାଏଁ ତାତିରୁ ନିସ୍ତାର ନାହିଁ ବୋଲି ଶୁଣାଇଲାଣି ପାଣିପାଗ ବିଭାଗ। ତେବେ କୁଆଡେ ଗଲା ମୌସୁମୀ? ହଠାତ୍ କାହିଁକି ବଢିଲା ତାତି?

Advertisment

ମୁଣ୍ଡଫଟା ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି। ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲା ଗ୍ରୀଷ୍ମ ପ୍ରବାହ। ରାଜ୍ୟକୁ ମୌସୁମୀ ଛୁଇଁ ସାରିଥିବା ବେଳେ ତାଉ ଦେଖାଉଛି ତାତି। ରାଜଧାନୀ ଭୁବନେଶ୍ବରରେ ଗତ ୩୦ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୩୫.୮ ଡିଗ୍ରୀ ରେକର୍ଡ ହୋଇଥିଲା। ତିନି ଦିନରେ ପାରଦ ୪ ଡିଗ୍ରୀ ବଢି ୪୦ ଡିଗ୍ରୀ ପାଖାପାଖି ପହଁଚିଛି। ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ୩୯.୮ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର।

ଅଧିକ ପଢ଼ନ୍ତୁ: ବହିଷ୍କାର ପରେ ମୁହଁ ଖୋଲିଲେ ତେଜ ପ୍ରତାପ, ଲେଖିଲେ ଇମୋସନାଲ ନୋଟ୍...

Advertisment

ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୮ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସପ୍ତାହେ ମଧ୍ୟରେ ପୁରା ରାଜ୍ୟକୁ ଭିଜାଇବା ନେଇ ବି ଆକଳନ କରିଥିଲା। ହେଲେ ଏବେ ଚିତ୍ର ପୁରା ଓଲଟା। ରାଜ୍ୟରେ ଟାଇଁ ଟାଇଁ ଖରା। କୁଆଡ଼େ ଗଲା ମୌସୁମୀ ବାୟୁ? କେଉଁଠି ପହଞ୍ଚିଛି? ପାଣିପାଗ ବିଜ୍ଞାନୀ କହିଛନ୍ତି, ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଥିବା ବେଳେ ମୌସୁମୀ ଉତ୍ତର ପୂର୍ବ ଦିଗକୁ ଗତି କରି ପଶ୍ଚିମ ବଙ୍ଗ ଏବଂ ବାଂଲାଦେଶ ଯାଏଁ ପହଁଚିଛି। ଏବେବି ଉତ୍ତର-ପୂର୍ବ ବଙ୍ଗୋପସାଗରରେ ମେଘ ରହୁଥିବାରୁ ସେଠାରେ ସକ୍ରିୟ ରହିଛି ମୌସୁମୀ। ବର୍ତ୍ତମାନ ଉତ୍ତର ପଶ୍ଚିମ ଭାରତରେ ତାପମାତ୍ରା ଅଧିକ ରହିଛି। ଏଠାରେ ଆକାଶ ନିର୍ମଳ ରହୁଛି। ବ୍ରେକ୍ ମନସୁନ୍ କାରଣରୁ ରାଜ୍ୟରେ ତାପମାତ୍ରା ବଢିଛି। ଆସନ୍ତା ୧୨-୧୩ ତାରିଖ ବେଳକୁ ରାଜ୍ୟକୁ ପୁଣି ମୌସୁମୀ ଫେରିବ ଏବଂ ବର୍ଷା କରାଇବା ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ।

ଆସନ୍ତା ୫ଦିନ ଯାଏଁ ସାରା ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ପାଇଁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୧ ଜିଲ୍ଲାକୁ ଅସହ୍ୟ ଖରା ନେଇ ୟେଲୋ ୱାର୍ଣ୍ଣିଂ ବି ଜାରି କରିଛି। ଆଗାମୀ ୯ ତାରିଖ ଯାଏଁ ରାଜ୍ୟରେ ତାତି ଜାରି ରହିବା ସହ ତାପମାତ୍ରାରେ ବି ବିଶେଷ କିଛି ପରିବର୍ତ୍ତନ ହେବନି।

Advertisment

ଅଧିକ ପଢ଼ନ୍ତୁ: ବହିଷ୍କାର ପରେ ମୁହଁ ଖୋଲିଲେ ତେଜ ପ୍ରତାପ, ଲେଖିଲେ ଇମୋସନାଲ ନୋଟ୍...

Odisha Heatwave Monsoon Monsoon Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ