Advertisment

ପାଣିପାଗ ବିଭାଗର ପୂର୍ବାନୁମାନ- କାଲି ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !

ପାଗ ଅନୁକୂଳ ରହିଥିବାରୁ ଆଜି ଓ ଆସନ୍ତାକାଲି ମଧ୍ୟରେ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି।

author-image
Rajalaxmi Sahoo
Monsoon Likely To Enter Odisha By Tomorrow

Monsoon Likely To Enter Odisha By Tomorrow

ଆସନ୍ତାକାଲି ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପାଗ ଅନୁକୂଳ ରହିଥିବାରୁ ଆଜି ଓ ଆସନ୍ତାକାଲି ମଧ୍ୟରେ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। 

Advertisment

ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଅନୁସାରେ, ନାଲଗୋଣ୍ଡା ଏବଂ ମଛଲିପଟ୍ଟନମ୍‌ ଭଳି ଅଞ୍ଚଳକୁ ମୌସୁମୀ ଛୁଇଁ ସାରିଛି। ଆନ୍ଧ୍ରରେ ଭଲ ବର୍ଷା ବି ହୋଇଛି।

ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି। ସାଧାରଣତଃ ଜୁନ୍ ୧୭ ସୁଦ୍ଧା ଓଡ଼ିଶାକୁ ମୌସୁମୀ ପ୍ରବେଶ କରିଥାଏ।  ସେ ଦୃଷ୍ଟିରୁ ଦେଖିଲେ ଏବର୍ଷ ମୌସୁମୀ ବିଳମ୍ବ ହୋଇନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  

Advertisment
Weather Update Rain In Odisha Monsoon Monsoon In Odisha
Advertisment
Advertisment