Advertisment

ଆସୁଛି ଆଉ ଏକ ଲଘୁଚାପ; ୭ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ...

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କୋରାପୁଟ ଓ ନବରଙ୍ଗପୁର।

ଅଦ୍ୟତନ ହୋଇଛି
Odisha weather Forecast: cyclonic circulation Over BOB

cyclonic circulation

Advertisment

ମୌସୁମୀ ସକ୍ରିୟ, ଘନ ଘନ ଲଘୁଚାପ । ଗୋଟିଏର ପ୍ରଭାବ ସରିନି, ପୁଣି ଏକ ଲଘୁଚାପ । ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସୁଛି ଆଉ ଏକ ଲଘୁଚାପ। ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ନିକଟ ସମୁଦ୍ରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି ।

Advertisment

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କୋରାପୁଟ ଓ ନବରଙ୍ଗପୁର। ଏସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି।

ଅଧିକ ପଢନ୍ତୁ : ଆହୁରି ୩ ଦିନ ବର୍ଷିବ; ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ସେହିପରି ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ମହାନଦୀ ଉପରି ମୁଣ୍ଡରେ ଅଧିକ ବର୍ଷା ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଗତ ୨୪ ଘଣ୍ଟାରେ କଟକ ବାଙ୍କୀରେ ସର୍ବାଧିକ ୩୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ନୟାଗଡ଼ ଭାପୁରରେ ୨୧୦ ମିଲିମିଟର ବର୍ଷା ହୋଇଛି। 

Advertisment

 ତୁହାକୁ ତୁହା ବର୍ଷୁଛି । କେଉଁଠି ମୂଷଳ ଧାରାରେ ତ କେଉଁଠି ଛେଚୁଛି । ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା ।  ଲଗାଣ ବର୍ଷା ବେହାଲ କରିଦେଇଛି ଜନଜୀବନକୁ । ତଳିଆ ଅଞ୍ଚଳରେ ପାଣି ପଶିଛି, ଲୋକେ ଜଳବନ୍ଦୀ ହୋଇଛନ୍ତି । 

ସେପଟେ ଆହୁରି ବଢ଼ିବ ମହାନଦୀରେ ଜଳସ୍ତର। କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ ହୋଇପାରେ ବୋଲି ସତର୍କ କରାଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ସେ କହିଛନ୍ତି- ହୀରାକୁଦ ଜଳସ୍ତର ୬୧୦ ଫୁଟ ଅଛି। ୨ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି ଓ ଅଢ଼େଇ ଲକ୍ଷ କ୍ୟୁସେକ ପାଣି ନିଷ୍କାସନ ହେଉଛି। ଉପମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ସାଙ୍ଗକୁ ତଳେ ଖଇରମାଳ, ବାଙ୍କୀ, ସୋନପୁର, ନୟାଗଡରେ ବହୁତ ବର୍ଷା ହୋଇଛି। ତେଣୁ ମହାନଦୀରେ ଜଳସ୍ତର ଆହୁରି ବଢିବ। ଆଜି ଅପରାହ୍ନ ସାଢ଼େ ୪ଟାବେଳେ ହୀରାକୁଦ ଉପରେ ହାଇଲେବଲ କମିଟି ବୈଠକ ଡାକିଛି ଜଳ ସମ୍ପଦ ବିଭାଗ। ଆଗକୁ ହୀରାକୁଦର କେତେ ଗେଟ୍ ଖୋଲିବ, ସେ ନେଇ ଆଲୋଚନା ହେବ। ମୁଣ୍ଡଳୀରେ ଏବେ ୪ଲକ୍ଷ କ୍ୟୁସେକ ପାଣି ଚାଲୁଛି  ଯାହା ବଢ଼ି ୬ ଲକ୍ଷ ହେବ।

Advertisment

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ! ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

Weather Odisha Weather Heavy Rainfall Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ