Advertisment

Weather Updates: ପାଣିପାଗକୁ ନେଇ ଆସିଲା ବଡ଼ ସୂଚନା; ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ !

ପାଣିପାଗକୁ ନେଇ ଆସିଲା ବଡ଼ ସୂଚନା । ବଙ୍ଗୋପସାଗରରେ ଆସୁଛି ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ୨୩ ସୁଦ୍ଧା ଲଘୁଚାପ ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ ।

ଅଦ୍ୟତନ ହୋଇଛି
Heavy Rainfall

Heavy Rainfall

Advertisment

ବଡ଼ ଖବର । ପାଣିପାଗକୁ ନେଇ ଆସିଲା ବଡ଼ ସୂଚନା । ବଙ୍ଗୋପସାଗରରେ ଆସୁଛି ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ୨୩ ସୁଦ୍ଧା ଲଘୁଚାପ ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ । ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । କ୍ରମେ ଏହା ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।

Advertisment

ତେବେ ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ତେବେ ସବୁଠାରୁ ବଡ଼ କଥା ହେଲା ଲଘୁଚାପର ପ୍ରଭାବ କିଭଳି ରହିବ, ଏଯାଏଁ ସ୍ପଷ୍ଟ ହୋଇନି ।

ଅଧିକ ପଢନ୍ତୁ: Saudi Arabian desert: ଇତିହାସରେ ପ୍ରଥମ !! ମରୁଭୂମିରେ ତୁଷାରପାତ

ଏପଟେ ବର୍ଷ ପରେ ବର୍ଷ ଉତ୍ତପ୍ତ ହେଉଛି ପୃଥିବୀ, ଭାଙ୍ଗୁଛି ଗୋଟିକ ପରେ ଗୋଟିଏ ରେକର୍ଡ । ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି। ମାନବଜାତି ନିଜେ ପୃଥିବୀରେ ନିଆଁ ଲଗାଉଛି ଏବଂ ନିଜେ ହିଁ ତାର ଫଳ ଭୋଗୁଛି ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟାରେସ୍ । 

Advertisment

ସୂଚନା ଅନୁସାରେ, ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରେକର୍ଡ ହୋଇଥିବା ବିଶ୍ବର ହାରାହାରି ତାପମାତ୍ରାକୁ ଦେଖି ଆକଳନ କରାଯାଉଛି ଯେ, ୨୦୨୪ ମସିହା ତାତିରେ ସର୍ବକାଳୀନ ରେକର୍ଡ ଭାଙ୍ଗିବାକୁ ଯାଉଛି । କେବଳ ଏତିକି ନୁହେଁ, ପ୍ରି-ଇଣ୍ଡଷ୍ଟ୍ରିଆଲ୍ ବା ପ୍ରାକ୍-ଔଦ୍ୟୋଗିକ ବିଶ୍ବ ତାପମାତ୍ରା ସ୍ତର ଠାରୁ ପ୍ରଥମ ଥର ପାଇଁ ଦେଢ଼ ଡିଗ୍ରୀ ଉତ୍ତାପ ବୃଦ୍ଧି ପାଇଛି। 

ଚଳିତ ଶତାବ୍ଦୀରେ ବିଶ୍ବ ତାପମାତ୍ରା ବୃଦ୍ଧିକୁ ଦେଢ଼ ଡିଗ୍ରୀ ଭିତରେ ସୀମିତ ରଖିବା ପାଇଁ ପ୍ୟାରିସ ରାଜିନାମାରେ ନିଷ୍ପତ୍ତି ନିଆଯାଇଥିଲା। ୨୦୨୩ରେ ଏହା ୧.୪୫ ଡିଗ୍ରୀ ବୃଦ୍ଧି ପାଇଥିଲା । ତେବେ ଚଳିତବର୍ଷ ଏହା ପ୍ରଥମ ଥର ପାଇଁ ୧.୫ ଡିଗ୍ରୀ ବଢ଼ିଥିବାରୁ ଏହାକୁ ନେଇ ବିଶ୍ବସ୍ତରରେ ଚିନ୍ତା ପ୍ରକାଶ ପାଇଛି। 

Advertisment

ଅଧିକ ପଢନ୍ତୁ: ଶୀତ ପାଇଁ ପ୍ରସିଦ୍ଧ ଦିଲ୍ଲୀରୁ ଥଣ୍ଡା ଗାଏବ୍, ୭୩ ବର୍ଷ ପରେ ଆସିଲା ଉଷ୍ଣ ଅକ୍ଟୋବର

 

Weather Low Pressure Rain Weather News Weather Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ