• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ । ୨୬ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି । ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଏହା ଅବପାତରେ ପରିଣତ ହୋଇପାରେ ।

ତେବେ ପରବର୍ତ୍ତୀ ଅବସ୍ଥାରେ ଏହା କଣ ରୂପ ନେବ ତାହା ସ୍ପଷ୍ଟ ହୋଇନି । ସେପଟେ ବାତ୍ୟାକୁ ନେଇ ହେଉଥିବା ଚର୍ଚ୍ଚାକୁ ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ଏବେ ବାତ୍ୟା ସମ୍ପର୍କରେ କୌଣସି ସୂଚନା ନାହିଁ ।