Odisha Weather Update
ଉପାନ୍ତରୁ ଉପକୂଳ,ପଶ୍ଚିମରୁ ଦକ୍ଷିଣ ସବୁଠି ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆସିପାରେ ଲଘୁଚାପ ।
ପାଣିପାଗରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଏହାର ପ୍ରଭାବରେ ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସମ୍ଭାବନା ସୃଷ୍ଟି ହୋଇଛି ।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ, ତାଙ୍କ 'ଏକ୍ସ' ହ୍ୟାଣ୍ଡେଲରେ ଏଭଳି ସୂଚନା ଦେଇଛନ୍ତି । ତେବେ ଲଘୁଚାପ ପ୍ରଭାବରେ ବର୍ଷା ହେଲେ ,ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ତାତିରୁ ମିଳିପାରେ ଆଶ୍ୱସ୍ତି ମିଳିବା ନେଇ ଅନୁମାନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743940175.jpg)