Advertisment

୪ରୁ ପ୍ରବଳ ବର୍ଷା ପବନ ! କେଉଁଠି ମାଡ଼ ହେବ ବାତ୍ୟା ?

ଆସନ୍ତାକାଲି ଅବପାତରେ ପରିଣତ ହେବ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର। କେଉଁଠି ମାଡ଼ ହେବ ? କେଉଁ ଜାଗାରେ ଅତିକ୍ରମ କରିବ ? କେତେ ତୀବ୍ରତା ରହିବ ? ଏସବୁ ଆସନ୍ତାକାଲି ସ୍ପଷ୍ଟ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone

Cyclone

ଭୁବନେଶ୍ୱର: ଆସନ୍ତାକାଲି ଅବପାତରେ ପରିଣତ ହେବ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର। ଆଣ୍ଡାମାନ ସାଗର ନିକଟରେ ଏବେ ଲଘୁଚାପ କ୍ଷେତ୍ର ଭାବେ ରହିଛି। ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ଓ କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ, ଆସନ୍ତାକାଲି ତାହା ସ୍ପଷ୍ଟ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। 

Advertisment

ମାଡ଼ି ଆସୁଥିବା ବାତ୍ୟା ସମ୍ପର୍କରେ ସୂଚନା ଦେଇ ଆଇଏମ୍‌ଡି ଡିଜି କହିଛନ୍ତି, ଆସନ୍ତାକାଲି ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହେବ। କେଉଁଠି ମାଡ଼ ହେବ ? କେଉଁ ଜାଗାରେ ଅତିକ୍ରମ କରିବ ? କେତେ ତୀବ୍ରତା ରହିବ ? ଏସବୁ ଆସନ୍ତାକାଲି ସ୍ପଷ୍ଟ ହେବ। ତେବେ ୩ ତାରିଖ ଠାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। 

୪ ତାରିଖରେ ବାତ୍ୟା ଉପକୂଳ ପାଖାପାଖି ହେଲେ ବି ଅତିକ୍ରମ କରିନପାରେ। ସ୍ଥଳଭାଗ ନଛୁଇଁ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ  ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ। ୪ ତାରିଖରେ ସବୁଠାରୁ ଅଧିକ ବର୍ଷା ଓ ପବନ ବହିବ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି। 

Advertisment

ଗଜପତି, ଗଞ୍ଜାମ, ଜଗତସିଂହପୁର ଓ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ୪ ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ୪ ତାରିଖରେ ସର୍ବାଧିକ ରହିବ। ୪ ତାରିଖରେ ୧୧ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କଟକ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। 

Cyclone Threat To Odisha Cyclone Warning Rain In Odisha Cyclone Heavy Rainfall Alert
Advertisment
Advertisment