bay of bengal
ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତେଣୁ ଓଡ଼ିଶାକୁ ଲଘୁଚାପ ଆଶଙ୍କା ରହିଛି । ଦକ୍ଷିଣ-ପଶ୍ଚିମ ଓ ତତସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଛି। ଫଳରେ ବାତ୍ୟାପ୍ରବଣ ଓଡ଼ିଶାରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ମେଘଖଣ୍ଡ। ଆସନ୍ତାକାଲିଠୁ ବଦଳିବ ପାଗର ମିଜାଜ୍। ପ୍ରବଳ ତାତିରେ କଷ୍ଟ ସହୁଥିବା ସମସ୍ତଙ୍କୁ ମିଳିବ ଆଶ୍ବସ୍ତି। ଆସନ୍ତା ୪ ଦିନ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷାର ପୂର୍ବାନୂମାନ ମଧ୍ୟ କରାଯାଇଛି।
ଅଧିକ ପଢ଼ନ୍ତୁ: ୪ ଦିନ ଯାଏଁ ଝଡ଼ବର୍ଷା : ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ନେଇ ସୋମବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି । ସୋମବାର ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଫଳରେ ଲଗାତାର ଜାରି ରହିଥିବା ତାତିରୁ ମିଳିବ ଆଶ୍ବସ୍ତି।
ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ଝଡ଼ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ୧୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଅନ୍ୟ ପକ୍ଷରେ ସୋମବାର ଅପରାହ୍ନରେ କଟକରେ ପ୍ରବଳ ବର୍ଷା ହୋଇଛି। କାଳବୈଶାଖୀ କାରଣରୁ ଘଡଘଡି ଓ ବର୍ଷାରେ ବେହାଲ ହୋଇଛି କଟକ। ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିଥିବା ବେଳେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747657719.jpg)