Advertisment

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି

author-image
Prangyan Parimita
ଅଦ୍ୟତନ ହୋଇଛି
Low pressure forms over Bay of Bengal

Low pressure forms over Bay of Bengal

ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର 
ଓ ଛତିଶଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର୧୫ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Advertisment

ସେହିପରି କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ରାସ୍ତାରେ ପାହାଡ଼ରୁ ମାଟି ଅତଡା ଖସିଛି । ରାସ୍ତା ଉପରେ ଗଛ ଓ ମାଟି ପଡିଯିବାରୁ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଥିଲା । ପରେ ମାଟି ଓ ଗଛ ସଫା କରିବା ପରେ ଚଳାଚଳ ସ୍ୱାଭାବିକ ହୋଇଛି।

ସେପଟେଲମତାପୁଟରେ ୨ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିବା ଯୋଗୁ ରାସ୍ତା ଉପରେ ପାଣି ଚାଲୁଛି । ଟିପି ଡ୍ୟାମ ରାସ୍ତା ଉପରେ ଥିବା ପୋଲ ଉପରେ ତିନି ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଠପ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଅନକାଡେଲି ସ୍ଥିତ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଭାଙ୍ଗିଯାଇଛି । ବିଦ୍ୟାଳୟ ଭିତରେ ଆଣ୍ଠୁଏ ପାଣି ପଶିଯାଇଛି । ... 

Advertisment
Heavy Rainfall Low Pressure Weather News Weather Forecast
Advertisment
Advertisment