Advertisment

Weather Update: ଶୀତ ଭିତରେ ବର୍ଷାର ଦାଉ; ଖଳାରେ ଭିଜିଲା ଅମଳ ଧାନ, ଆହୁରି ୨ ଦିନ ବର୍ଷିବ

ପାଣିପାଗ ବିଭାଗର ପୂର୍ବାନୁମାନ, ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ଭିତରେ ଅବପାତରେ ପରିଣତ ହେବ। ଏହାକ୍ରମେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ପୁଣି ଲଘୁଚାପରେ ପରିଣତ ହୋଇ ଦୁର୍ବଳ ହୋଇଯିବ। ଏହି ପ୍ରକ୍ରିୟା ଭିତରେ ଆସନ୍ତା ୨୨ ସକାଳ ଯାଏଁ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ସହ ଗୋଟିଏ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

undefined

Winter

Advertisment

ବିଳମ୍ବରେ ଆସିଥିବା ଶୀତ ଭିତରେ କୋହଲା ପାଗ ସହ ଝିପି ଝିପି ବର୍ଷା। ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ସୁଦୃଶ୍ୟ ଲଘୁଚାପ, ଆସନ୍ତା ୧୨ ଘଣ୍ଟା ଭିତରେ ଅବପାତର ରୂପ ନେବା ପୂର୍ବରୁ ଭିଜାଇଲାଣି ଅଧା ଓଡ଼ିଶାକୁ। ଫଳରେ ପୂର୍ବରୁ ପଶ୍ଚିମ, ଦକ୍ଷିଣରୁ ଆଭ୍ୟନ୍ତରୀଣ। ଅମଳବେଳେ ଚିନ୍ତା ଘାରିଛି ଚାଷୀକୂଳକୁ। କେଉଁଠି କ୍ଷେତ ମଝିରେ ତ ଆଉ କେଉଁଠି ଧାନମଣ୍ଡିରେ ଭିଜୁଛି ବର୍ଷକର ଦାନାପାଣି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୨ଦିନ ଯାଏଁ ଏଭଳି ପାଗ ଲାଗିରହିବ। ପରେ ପୁଣି ଶୀତ ବଢ଼ିବ।

Advertisment

ଶୀତରେ ଘରୁ ବାହାରିବେଳକୁ ପିନ୍ଧିବେ କ’ଣ ? ସ୍ବେଟର୍ କିମ୍ବା ଜାକେଟ ପିନ୍ଧିବେ ନା ପିନ୍ଧିବେ ରେନକୋଟ୍ ? ମାର୍ଗଶୀର ସରିଲା...ପୌଷ ଆରମ୍ଭ ହେଲା...ବିଳମ୍ବରେ ଜାଡ଼ ପ୍ରଭାବ ବି ଆରମ୍ଭ ହୋଇଥିଲା। କିନ୍ତୁ ଗତକାଲିଠୁ କୋହଲା ପାଗ ସହ ଝିପି ଝିପି ବର୍ଷା ଅଧା ଓଡ଼ିଶାକୁ ଓଦା କଲାଣି। ପୂର୍ବରୁ ପଶ୍ଚିମ, ଦକ୍ଷିଣରୁ ଆଭ୍ୟନ୍ତରୀଣ।

ଶୀତର ପ୍ରକୋପ ଭିତରେ କଲବଲ କରିଛି ଅଦିନିଆ ବର୍ଷା। କାରଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ କ୍ଷେତ୍ର। ଯାହାର ପ୍ରଭାବରେ କୋହଲା ପାଗ ତ ରହିଛି, ତା’ସହ ଟ୍ବିନସିଟି ସମେତ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଆଦି ଜିଲ୍ଲାରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଚିକିଟିରେ ସର୍ବାଧିକ ୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା କହିଛି ପାଣିପାଗ ବିଭାଗ।

Advertisment

ଅଧିକ ପଢ଼ନ୍ତୁ:ପିଲାଙ୍କ ଭବିଷ୍ୟତ ସହ ଖେଳ; ମନ୍ଦିର ଦୋକାନ ଘର ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର

ଏଭଳି ପ୍ରତିକୂଳ ପାଗର ପ୍ରଭାବରେ ଯିଏ ଯେତେ ପ୍ରଭାବିତ ହୁଅନ୍ତୁ ନା କାହିଁକି, ଚାଷୀର କିନ୍ତୁ ଉଜୁଡ଼ିବାକୁ ବସିଛି ବର୍ଷକର ଦାନାପାଣି। ଅମଳ ଫସଲକୁ ବଞ୍ଚାଇବା ପାଇଁ ସବୁଠି ଚାଲିଛି କସରତ। କାରଣ ଆଉ ଦିନେ ଦୁଇ ଦିନ ଭିତରେ ଏସବୁ ଅମଳ ଧାନ ଘରକୁ ନଚେତ ମଣ୍ଡିକୁ ଯାଇଥାନ୍ତା। ତା’ଆଗରୁ କିନ୍ତୁ ପ୍ରତିକୂଳ ପାଗ ଅକଳରେ ପକାଇ ଦେଇଛି ଚଷାପୂଅକୁ। ଏଭଳି ବର୍ଷା ଯଦି ଲାଗିରହେ, ତେବେ ଅମଳ ଧାନ ଗଜା ହେବାର ଆଶଙ୍କା କରି ଚିନ୍ତାରେ ପଡ଼ିଛି ଚାଷୀ।

Advertisment

ପାଣିପାଗ ବିଭାଗର ପୂର୍ବାନୁମାନ, ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ଭିତରେ ଅବପାତରେ ପରିଣତ ହେବ। ଏହାକ୍ରମେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ପୁଣି ଲଘୁଚାପରେ ପରିଣତ ହୋଇ ଦୁର୍ବଳ ହୋଇଯିବ। ଏହି ପ୍ରକ୍ରିୟା ଭିତରେ ଆସନ୍ତା ୨୨ ସକାଳ ଯାଏଁ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ସହ ଗୋଟିଏ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହାର ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୨ରୁ ୪ ଡିଗ୍ରୀକୁ ପାରଦ କମି ଶୀତର ପ୍ରଭାବ ପଡ଼ିବା ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର।

ଅଧିକ ପଢ଼ନ୍ତୁ:ଦାଉ ସାଧୁଛି ବର୍ଷା...ଟୋକନ୍ ମିଳୁନି, ରାସ୍ତାରେ ପଡ଼ିଛି ବସ୍ତା ବସ୍ତା ଧାନ

Weather Winter Rain Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ