• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଆଜି ବି ଦଶହରା ମଉଜ ଫିକା ପଡିଛି । ଲଗାଣ ବର୍ଷା ଯୋଗୁଁ ଦଶମୀ ପାଣିଚିଆ ହୋଇଯାଇଛି । ହେଲେ ବର୍ତ୍ତମରନ ଲଘୁଚାପ ଦୁର୍ବଳ ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କିଛି ସମୟ ପୂର୍ବରୁ ଟୁଇଟ୍ କରାଯାଇଛି । ଫଳରେ ଆଜି ଠାରୁ ବର୍ଷା କମିବାର ସମ୍ଭାବନା ରହିଛି । ଏଥିପାଇଁ ଆଜି ରାବଣପୋଡ଼ି ଜମିବ ବୋଲି କୁହାଯାଉଛି ।

ଅନ୍ୟପଟେ ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ କିନ୍ତୁ ବୁଧବାର ହାଲୁକା ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱରରେ ସକାଳୁ ଆକାଶ ମେଘାଚ୍ଛନ୍ନ ରହିଛି ।  ଏବେ ପାଗରେ ସାମାନ୍ୟ ସୁଧାର ଆସିଛି । ଭୁବନେଶ୍ୱରରେ ଆଜି ଦିନ ତମାମ ବର୍ଷା ହେବ ନାହଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 ବିଶେଷ କରି ଲଘୁଚାପ ପାଇଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ୨ଟି ସ୍ଥାନରେ ଅତି ପ୍ରବଳ ଏବଂ ୩୪ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ଭଦ୍ରକରେ ସବୁଠାରୁ ଅଧିକ ୧୦୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ପାରଳାଖେମୁଣ୍ଡିରେ ୧୦୨.୮, ଗୋପାଳପୁରରେ ୯୮.୯, ଛତ୍ରପୁରରେ ୯୮, ଚାନ୍ଦବାଲିରେ ୭୧.୬, ବାଲେଶ୍ୱରରେ ୬୯.୪ ମିଲିମିଟର ଏବଂ ଯାଜପୁରର ୬୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଅନ୍ୟପଟେ ଆସନ୍ତା ୭ ଓ୧୩ ତରିଖରେ ଦୁଇଟି ସାମୁଦ୍ରିକ ଘୂର୍ଣ୍ଣିବଳୟ ହେବା ସଂକେତ ମିଳୁଛି ।