/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660901410.jpg)
Lightning strike
ସ୍କୁଲରେ ଘଟିଲା ବଡ଼ ଅଘଟଣ। ବଜ୍ରପାତ ହେବାରୁ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ତିଲେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତ ହୋଇଥିବା ନେଇ ସୂଚନା ମିଳିଛି। ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିବା ନେଇ ସୂଚନା ମିଳିଛି। ବଜ୍ରପାତର ପ୍ରଭାବରେ ସ୍କୁଲ ଘର ଛାତ କଣା ହୋଇଯାଇଥିବା ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏମିତି ଅଘଟଣ ଘଟିଲା ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚା ଚାଲିଛି।
ଏପଟେ, ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇସାରିଛି । ଏହା ଆଉ ଅଧିକ ଘନୀଭୂତ ହେବ ନାହିଁ କି ବାତ୍ୟାର ରୂପ ନେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସମୁଦ୍ରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ସମୟରେ ଦୀଘାରୁ ୧୪୦ ଓ ବାଲେଶ୍ୱରରୁ ୨୦୦ କିମି ଦୂରରେ ରହିଛି । ଏହାର ପ୍ରଭାବରେ ଉପକୂଳରେ ୫୫ରୁ ୬୫ କିମି ପବନ ବହିପାରେ । ଆଭ୍ୟନ୍ତର ଓଡ଼ିଶାରେ ୩୦ରୁ ୫୦ କିମି ପର୍ଯ୍ୟନ୍ତ ପବନ ବହିପାରେ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)