• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା । ଫଳରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ତୁହାକୁ ତୁହା ବର୍ଷା ଲାଗି ରହିଛି ।  ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୧୪ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲା ଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼ ଏବଂ କେନ୍ଦୁଝର ।

ଆସନ୍ତାକାଲି ସକାଳ ୮ଟା ୩୦ ଯାଏ ଏହି ସବୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେପଟେ ଆସନ୍ତାକାଲି ବର୍ଷା ସାମାନ୍ୟ କମିବ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ମୌସୁମୀ ପ୍ରଭାବରେ ଶନିବାର ଦିନ ଭୁବନେଶ୍ୱର, ଢେଙ୍କାନାଳ, କଟକ ଓ ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ରାଜଧାନୀରେ ଚାରିଆଡ଼େ ପାଣି ଜମିଥିବା ଦେଖିବାକୁ ମିଳିଛି ।

ତେବେ ୨୬ ତାରିଖ ପରେ ପାଗ ଖୁଖିଲା ଓ ଖରାଟିଆ ରହିବା ସମ୍ଭାବନା ରହିଛି । ସୂଚନା ଅନୁସାରେ ମୌସୁମୀ ପ୍ରାୟ ସ‌ପ୍ତାହେ ପର୍ଯ୍ୟନ୍ତ ରାଜ୍ୟରୁ ଗାଏବ୍‌ ହୋଇଯିବ ।