/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689475198.jpg)
Heavy Rainfall Alert
ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ । ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେଇପାରେ । ଫଳରେ ଆସନ୍ତା କିଛି ଦିନ ବର୍ଷା ଜାରି ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୧ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।
ସେହିପରି ୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ମାତ୍ର ଗୋଟିଏ ଦିନର ବର୍ଷା ଯୋଗୁଁ ଚାଷବାସରେ ଜୀବନ ଭରିଛି । ହେଲେ ଡ୍ରେନେଜ୍ ସମସ୍ୟା ଯୋଗୁଁ ନର୍ଦ୍ଦମା ପାଣିରେ ଭାସୁଛି ସହର । ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ଝାରସୁଗୁଡ଼ାରେ ପ୍ରବଳ ବର୍ଷା ।
କଟକ ସହରରେ ତ ସାଂଘାତିକ ସ୍ଥିତି । ଗଳି, ମୁଖ୍ୟ ରାସ୍ତା-ଡ୍ରେନ୍ ସବୁ ଏକାକାର। ବକ୍ସଡ୍ରେନ୍ କାମ ପାଇଁ ପଟ୍ଟାପୋଲ, ରାଉସାପାଟଣା, ମେରିଆବଜାର, ସାଆନ୍ତସାହି, କେଶରପୁର, ସୂତାହାଟ ଭଳି ଅଞ୍ଚଳରେ ସାଂଘାତିକ ଅବସ୍ଥା। ନର୍ଦ୍ଦମା ପାଣି ଉଚ୍ଛୁଳି ଘରେ ଘରେ ପଶିଯାଇଛି । ଆସନ୍ତା ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କାକୁ ନେଇ ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ SRCଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)