Advertisment

ଅସହ୍ୟ ଗରମରେ ଛଟପଟ ଲୋକେ; ୪୫ଡିଗ୍ରୀ ପାର୍ କରିବ ତାପମାତ୍ରା!

ଆହୁରି ବଢିବ ତାତି। ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ।

ଅଦ୍ୟତନ ହୋଇଛି
Severe Heatwave Alert In Odisha

temperature-likely-to-soar-in-odisha

Advertisment

ରାଜ୍ୟରେ ବର୍ଷୁଛି ନିଆଁ। ସକାଳ ନ ହେଉଣୁ ପ୍ରବଳ ଗୁଳିଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ସକାଳ ୭ଟାରୁ ଟାଣ ଖରା ଅନୁଭୂତ ହେଉଥିବା ବେଳେ ମଧ୍ୟାହ୍ନରେ ଘରୁ ପଦାକୁ ଯିବା କଷ୍ଟକର ହୋଇପଡିଛି। ତେବେ ଦିନର ତାପମାତ୍ରା ୪୫ଡିଗ୍ରୀ ପାର୍ କରିବା ନେଇ ପୂର୍ବନୁମାନ କରାଯାଇଛି। ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ବା ସିଭିୟର ହିଟୱେଭ୍ କୁ ଦୃଷ୍ଟିରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Advertisment

ଆହୁରି ବଢିବ ତାତି। ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଏଥିସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରିରହିବାର ସମ୍ଭାବନା ରହିଛି । କାଳବୈଶାଖୀ ପାଇଁ ତାତିରୁ ଦୁଇ ଦିନ ହେଲା ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଆଗକୁ ଆହୁରି ଖରା ଜାଳିବ । ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଆସନ୍ତା ୨୮ ତାରିଖ ପାଇଁ ୨୮ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅଧିକ ପଢ଼ନ୍ତୁ: ଆହୁରି ବଢିବ ତାତି! ଆଗାମୀ ୫ ଦିନ ଯାଏଁ ଜାଳିବ, ୪-୬ ଡିଗ୍ରୀ ବୃଦ୍ଧି ସମ୍ଭାବନା

Advertisment

ଆଜି ସାଢ଼େ ୧୧ଟା ସୁଦ୍ଧା ୪୧.୨ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି। ଚାନ୍ଦବାଲିରେ ୪୦, ଝାରସୁଗୁଡ଼ା ୩୯.୨, କେନ୍ଦୁଝର ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ପାଣିପାଗ ବିଭାଗ କହିଛି ୨୭ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ । ୨୪, ୨୫ରେ ଉତ୍ତର ଓ ଉପକୂଳରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ ଓ ୨୭ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ ।

ଏବେ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସ୍କୁଲ ଛୁଟି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରାଯାଇଥିଲା। ଏହି ନିଷ୍ପତ୍ତି ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟ ପାଇଁ ଲାଗୁ ହୋଇଛି ।ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରାରେ କ୍ରିକେଟ୍, ହକି ଓ ଫୁଟବଲ ଭଳି ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଅଂଶୁଘାତ ରୋକିବା ଲାଗି ଗତକାଲି ଶ୍ରମିକଙ୍କ କାର୍ଯ୍ୟ ସମୟ ସଙ୍କୁଚିତ କରାଯାଇଛି। ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Advertisment
Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ