Advertisment

କେଉଁଠି ଉପକୂଳ ଛୁଇଁବ ‘ଦାନା’, ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ

୨୪ ବେଳକୁ ଭୀଷଣ ବାତ୍ୟାର ରୂପ ନେଇପାରେ । ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁପାରେ । କେଉଁଠି ଲ୍ୟାଣ୍ଡଫଲ୍ କରିବ ଅବପାତ ପରେ ଆକଳନ କରାଯାଇ ପାରିବ ।

ଅଦ୍ୟତନ ହୋଇଛି
Cyclone Dana Alert

Cyclone Dana

Advertisment

କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା ? ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ? ଲାଣ୍ଡଫଲ୍ କରିବ ନା ତାପୂର୍ବରୁ ଦୁର୍ବଳ ହୋଇଯିବ । ଏମିତି ଚର୍ଚ୍ଚା ଭିତରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସାମୁଦ୍ରିକ ଝଡ଼ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ୨୪ ବେଳକୁ ଭୀଷଣ ବାତ୍ୟାର ରୂପ ନେଇପାରେ । ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁପାରେ । କେଉଁଠି ଲ୍ୟାଣ୍ଡଫଲ୍ କରିବ ଅବପାତ ପରେ ଆକଳନ କରାଯାଇ ପାରିବ ।

Advertisment

Cyclone Dana Live Updates: ଆସୁଛି ବାତ୍ୟା ‘ଦାନା’, ୨୪ରେ ଛୁଁଇବ ଓଡ଼ିଶା !

ସେପଟେ ଆଜି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଗକୁ ବଢୁଛି ଲୋ ପ୍ରେସର । ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ଅଧିକ ଘନୀଭୂତ ହୋଇ କାଲି ଅବପାତର ରୂପ ନେବ । ୨୩ ତାରିଖରେ ସୃଷ୍ଟି ହୋଇପାରେ ବାତ୍ୟା । ତେବେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ନାଁ ରଖାଯାଇଛି 'ଦାନା'। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ।

ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରରେ ସାଇକ୍ଲୋନ ଗତିବିଧି ଉପରେ ନଜର ରଖିଛନ୍ତି ଏସଆରସି ଅଫିସର ଅଧିକାରୀ । ରାତି ସାରା ଅଧିକାରୀମାନେ ସ୍ଥିତି ଓ ମୁକାବିଲା ଉପରେ ନଜର ରଖିଛନ୍ତି । ଯେଉଁ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ ସେସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ସତର୍କ ସୂଚନା ପରେ ଗଭୀର ସମୁଦ୍ରରୁ ଫେରି ଆସୁଛନ୍ତି ମତ୍ସ୍ୟଜୀବୀ । ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥିତ କରିବା ସହ ଗର୍ଭବତୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଜିରୋ କାଜୁଆଲିଟି ଲକ୍ଷ୍ୟ ରହିଛି ।

Advertisment
Weather Heavy Rainfall Cyclone Warning Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ