Odisha Weather Update: ତାତିରୁ ମିଳିବ ଆଶ୍ୱସ୍ତି, ୩ ଦିନ ପରେ ୩ ରୁ ୫ ଡିଗ୍ରୀ କମିବ ତାପମାତ୍ରା

ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା । ୨୩ ତାରିଖ ଯାଏ ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ତାତିରୁ ମିଳିବ ଆଶ୍ବସ୍ତି ।

ହଟିଲା ହିଟୱେଭ ସତର୍କତା, ବଦଳିଲା ପାଗର ମିଜାଜ । ତାତିରୁ ମୁକ୍ତି ପାଇବେ ରାଜ୍ୟବାସୀ । ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା । ୨୩ ତାରିଖ ଯାଏ ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବର୍ଷା ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବୋହିବ । ସେହିପରି ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ କାଁ ଭାଁ ସ୍ଥାନରେ କୁଆପଥର ସହ ବର୍ଷାର ସମ୍ଭାବନା ରହିଛି । ୨୧ ତାରିଖରେ ବର୍ଷାର ପରିମାଣ ବଢିବ ବୋଲି ଅନୁମାନ କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଓ ଝାରସୁଗୁଡାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୨୨ତାରିଖରେ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବ । ଏଥିପାଇଁ ପାଣିପାଗ ବିଭାଗ ୧୦ ଜିଲ୍ଲାକୁ ଅରେଞ୍ଜ ସହ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଜିଠାରୁ ୨୩ ଯାଏ ବର୍ଷାର ସମ୍ଭାବନା ସହ ତାତିରୁ ଆଶ୍ବସ୍ତି ମିଳିବ ।

ସେପଟେ ୪୮ ଘଣ୍ଟା ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୩ ଦିନ ପରେ ୩ ରୁ ୫ ଡିଗ୍ରୀ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୪.୬ ଓ କଟକରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏମିତିକି ୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଅପରପକ୍ଷେ ବର୍ଷା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି SRC ।

ଅଧିକ ପଢ଼ନ୍ତୁ: କାହିଁକି ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ହେଲେ ବଞ୍ଚିତ? କାରଣ କହିଲେ ପ୍ରଭାତୀ