Cyclone Threat in Odisha
ଏବେ ଓଡ଼ିଶାକୁ ନାହିଁ ବାତ୍ୟା ଭୟ। ଆଇଏମଡି ପକ୍ଷରୁ ମିଳିଛି ଏହି ସୂଚନା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାକୁ ଏବେ ବାତ୍ୟା ଭୟ ନାହିଁ। ମେ ମାସରେ ପୁଣି ଏକ ବାତ୍ୟା ଆସୁଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଲୋକଙ୍କ ମନରେ ଛନକା ପଶିଛି।
ଆସନ୍ତା ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ କେତେକ ଗଣମାଧ୍ୟମ ଦର୍ଶାଇଛନ୍ତି। ଏମିତିକି ଆସୁଥିବା ବାତ୍ୟାର ନାଁ ଶକ୍ତି ବୋଲି ରଖାଯିବାକୁ ମଧ୍ୟ ସ୍ଥିର ହୋଇସାରିଥିବା କହିଛନ୍ତି। ହେଲେ ଏବେ ଓଡ଼ିଶାରେ ଆଦୌ ବାତ୍ୟା ସୂଚନା ନାହିଁ ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ।
ଅଧିକ ପଢ଼ନ୍ତୁ: ଓଡିଶାକୁ ହିଟ୍ କରିବ ବାତ୍ୟା ‘ଶକ୍ତି’ !
ଏପଟେ ରାଜ୍ୟରେ କଲବଲ କରୁଛି ତାତି, ଆଜି ତାଣ୍ଡବ ରଚିବ କାଳବୈଶାଖୀ। ଆଜି ଅଧାରୁ ଅଧିକ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହିଛି। ଏନେଇ ଖୋର୍ଦ୍ଧା, ପୁରୀ , କଟକ , ଜଗତସିଂହପୁର, ଭଦ୍ରକ , ବାଲେଶ୍ୱର , ମୟୂରଭଞ୍ଜ , କେନ୍ଦୁଝର , କେନ୍ଦ୍ରାପଡ଼ା , ଯାଜପୁର , ନୟାଗଡ଼ , ଗଞ୍ଜାମ , ଗଜପତି , ରାୟଗଡ଼ା , କୋରପୁଟ , ମାଲକାନଗିରି , ନବରଙ୍ଗପୁର , ନୂଆପଡ଼ା , କଳାହାଣ୍ତି ଓ ବଲାଙ୍ଗୀର ୨୦ ଜିଲ୍ଲାକୁ କାଳବୈଶାଖୀ ସତର୍କତା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଘଡ଼ଘଡ଼ି ବର୍ଷା ସହ କିଛି ସ୍ଥାନରେ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ୪ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଲବଲ କରିବ ତାତି। ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747210333.jpg)