/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638521130.jpg)
High Tide In Sea
ଭୁବନେଶ୍ୱର: ବାତ୍ୟା ଜୱାଦ୍’ ପ୍ରଭାବରେ ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି। ଆସନ୍ତାକାଲି ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହୋଇପାରେ। ତେବେ ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି।
ନିୟମିତ ପ୍ରାୟ ୪ ମିଟର ଯାଏ ସମୁଦ୍ରରେ ଜୁଆର ଆସିଥାଏ, ଆଉ ୧ ମିଟର ବଢ଼ିବ। ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ IMD ଡିଜି ପରାମର୍ଶ ଦେଇଛନ୍ତି। ବାତ୍ୟା ‘ଜୱାଦ୍’ର ପ୍ରଭାବ ସଂପର୍କରେ IMD ଡିଜି ଗୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ‘ଜୱାଦ୍’ ବାତ୍ୟା ‘ଗୁଲାବ’ ଠାରୁ ଅଧିକ ଏବଂ ‘ତିତ୍ଲି’ ଠାରୁ କମ୍ ରହିବ।
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ ଅନୁସାରେ, ପୁରୀ ଜିଲ୍ଲାରେ ବାତ୍ୟା ‘ଜୱାଦ୍’ ସ୍ଥଳଭାଗ ଛୁଇଁପାରେ। ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର(SRC) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଥିବାବେଳେ ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଛି। ଏହାର ନାଁ ‘ଜୱାଦ୍’ ରଖାଯାଇଛି। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)