Advertisment

ବର୍ଷାରେ ବେହାଲ୍ ଉତ୍ତର-ଭାରତ; ସିକ୍କିମରେ ଜଳପ୍ରଳୟ, କେଦାରନାଥରେ ଧସିଲା ବରଫ ପାହାଡ଼

ଲଗାଣ ବର୍ଷାରେ ବେହାଲ୍ ସିକ୍କିମ। ସିକ୍କିମ-ପଶ୍ଚିମବଙ୍ଗ ରାସ୍ତା ଏନଏଚ୍-୧୦ରେ ପୁଣି ଭୂସ୍ଖଳନ ହୋଇଛି । ଫଳରେ ସିଲିଗୁରିରୁ ସିକ୍କିମ ରାସ୍ତାରେ ଯାତାୟତ ବନ୍ଦ ରହିଛି ।

ଅଦ୍ୟତନ ହୋଇଛି
Urban Flooding in India

Rain

Advertisment

ଲଗାଣ ବର୍ଷାରେ ବେହାଲ ଦେଶର ବିଭିନ୍ନ ଅଂଚଳ। କେଉଁଠି ପାଣି ଘରେ ପଶି ଲହଡି ଭାଙ୍ଗୁଛି ତ ଆଉ କେଉଁଠି ଭୁସ୍ଖଳନ ହୋଇଛି। ଏପରିସ୍ଥିତିରେ ଡ୍ରେନେଜ ସମସ୍ୟା ବି ବଢିଚାଲିଥିବା ବେଳେଲୋକଙ୍କ ଘରେ ପଶୁଛି ଆବର୍ଜନା ପାଣି। ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି ଲୋକେ। ତେବେ କେଉଁସ୍ଥାନ କେତେ ପ୍ରଭାବିତ ହୋଇଛି ଆସନ୍ତୁ ଜାଣିବା।

Advertisment

ଲଗାଣ ବର୍ଷାରେ କେଦାରନାଥରେ ପୁଣି ଧସିଲା ବରଫ। କେଦାରନାଥ ବାବାଙ୍କ ମନ୍ଦିରର ଠିକ୍ ପଛ ପଟେ ବିଶାଳ ବରଫ ପାହାଡ଼ ଧସି ଯାଇଛି। ବରଫର ଏକ ବିଶାଳ ଅଂଶ ଧିରେ ଧିରେ ଧସି ବହୁ ତଳରେ ଥିବା ଗାନ୍ଧି ସରୋବରରେ ଆସି ଅଟକିଛି। ତଳେ ସରୋବର ଥିବାରୁ ଧସିଥିବା ବରଫର ଅଂଶ ଏଠି ଅଟକି ଯାଇଥିଲା। ଏହା ଦୂରରୁ ଦେଖିଲେ ୨୦୧୩ର ମହାପ୍ରଳୟର ଭ୍ରମ ସୃଷ୍ଟି କରିଛି। ତେବେ ଏଥିରେକାହାର କିଛି ବି କ୍ଷୟକ୍ଷତି ଘଟିନାହିଁ।

ସେପଟେ ଲଗାଣ ବର୍ଷାରେ ବେହାଲ୍ ସିକ୍କିମ। ସିକ୍କିମ-ପଶ୍ଚିମବଙ୍ଗ ରାସ୍ତା ଏନଏଚ୍-୧୦ରେ ପୁଣି ଭୂସ୍ଖଳନ ହୋଇଛି । ଫଳରେ ସିଲିଗୁରିରୁ ସିକ୍କିମ ରାସ୍ତାରେ ଯାତାୟତ ବନ୍ଦ ରହିଛି । ଏବେ ବିକଳ୍ପ ରାସ୍ତା ଭାବେ କାଲିମପଙ୍ଗ ଦେଇ ସିକ୍କିମକୁ ଗାଡ଼ି ଚଳାଚଳ କରୁଛି । ଘଟଣାସ୍ତଳରେ ଏନଏଚଏଆଇ ଓ ସେନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରିରହିଛି । ଶନିବାର ମଧ୍ୟ ଏହି ରାସ୍ତାର ୨୮ କିମି ରାସ୍ତା ଧୋଇ ହୋଇଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ଜଳ ପ୍ରଳୟ, ୮ ଦଶନ୍ଧିର ରେକର୍ଡ ଭାଙ୍ଗିଲା ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା

କେବଳ ସେତିକି ନୁହେଁ ବର୍ଷା ଆଣି ଦେଇଛି ଜଳବନ୍ଦୀ ସମସ୍ୟା। ଉତ୍ତର ପ୍ରଦେଶ ମୋରଦାବାଦର ଭୋଳାନାଥ କଲୋନୀରେ ଲଗାଣ ବର୍ଷା ଯୋଗୁଁ ଏହା ଏକ ବୃହତ ଜଳାଶୟର ଆକାର ଧାରଣ କରିଛି । ଦୁଇ ତିନି ଦିନ ହୋଇଗଲାଣି ସ୍ଥିତିରେ କୌଣସି ସୁଧାର ନାହିଁ । ଡ୍ରେନେଜ୍ ସମସ୍ୟା କାରଣରୁ ଏଠାରେ ସ୍ଥିତି ବିଗିଡ଼ିଛି । ତେଣୁ ଲୋକେ ପ୍ରଶାସନର ଡଙ୍ଗା ଉପରେ ନିର୍ଭରଶୀଳ ହୋଇପଡିଛନନ୍ତି।

Advertisment

ସେହିପରି ଗୁଜରାଟର ବିଭିନ୍ନ ସହରରେ ଲାଗି ରହିଛି ବର୍ଷା । ଅହମ୍ମଦାବାଦସହରରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଅଘଟଣ ଘଟିଛି। ଲଗାତାର ଜାରି ରହିଥିବା ବର୍ଷା ଫଳରେ ସହରର କେ.କେ ନଗର ଅଞ୍ଚଳରେ ରାସ୍ତାରେ ଯିବା ବେଳେ ଏକ ବିରାଟ ଗଛ ଉପୁଡି ଦୁଇଟି କାର ଉପରେ ପଡିବାରୁ ତାହା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଅଘଟଣରେ କେହି ମୃତାହତ ହୋଇ ନାହିଁନ୍ତି।

ଅହମ୍ମଦାବାଦର ମହଶାନା, ବନାଶକାନ୍ତା ସହ ପଟାନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ଏଠାକାର ତାପମାତ୍ରା ୨୮ଡିଗ୍ରୀକୁ ଖସିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅହମଦାବାଦରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଗୁଜରାଟର ସବୁ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହେବ ବୋଲି ପାଣିପାଗ ବିବାଗ ସୂଚନା ଦେଇଛି। ଗୁଜରାଟର ବେହରୁଚ, ସୁରାଟ, ନଭସାରୀ, ଭାଲସାଡ ଓ ଦାଦ୍ରାନଗରରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଅଧିକ ପଢ଼ନ୍ତୁ: ବର୍ଷା ଓ ପବନରେ ଭୁଶୁଡ଼ିଲା ଦିଲ୍ଲୀ ବିମାନବନ୍ଦର ଛାତ; ଜଣେ ମୃତ, ଏକାଧିକ ଆହତ

Weather Update Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ