Advertisment

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୨୦ଯାଏଁ ପ୍ରବଳ ବର୍ଷା

ବଢ଼ିବ ରାଜ୍ୟରେ ବର୍ଷାର ପରିମାଣ । ଘନିଭୂତ ହେଉଛି ଆଉ ଏକ ଲଘୁଚାପ । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Odisha Weather

Odisha Weather

ବଢ଼ିବ ରାଜ୍ୟରେ ବର୍ଷାର ପରିମାଣ। ଆଉ ଏକ ଲଘୁଚାପ ଘନିଭୂତ ହେଉଛି। ଗାଙ୍ଗେୟ ପଶ୍ଚିମବଙ୍ଗରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏବେ ମୌସୁମୀ ଜନିତ ବର୍ଷା ସାରା ରାଜ୍ୟରେ ଜାରି ରହିଥିବା ବେଳେ ଲଘୁଚାପ ଯୋଗୁଁ ଏହାର ପରିମାଣ ଅଧିକ ବଢ଼ିପାରେ ।

Advertisment

ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବା ସମ୍ଭାବନା ରହିଛି । ସେହିଭଳି ଆସନ୍ତା ୩ ଦିନ ଯାଏ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Weather Odisha Weather News Rain Alert
Advertisment
Advertisment