/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657615921.jpg)
Heavy Rainfall
ଲଗାଣ ବର୍ଷାରେ ବେହାଲ ଓଡ଼ିଶା । ଜଳବନ୍ଦୀ ଅବସ୍ଥାରେ ରହିଛି ଗାଁ ଗଣ୍ତା ଓ ସହର । ଯାତାୟତ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । ଲଗାଣ ବର୍ଷାପରେ ଧସିଲା ପାହାଡ଼ ।ଗଜପତି ଜିଲ୍ଳା ନୂଆଗଡ ବ୍ଲକର ନୂଆପଲ୍ଲୀ ଗାଁରେ ମାଟି ଅତଡା ଖସି ବ୍ୟାପକ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ପରେ ଉପରମୁଣ୍ଡରେ ଥିବା ପାହାଡ ଧସି ଗାଁ ଭିତରେ ମାଟି ପଶିଯାଇଛି । ଏଥିଯୋଗୁଁ ୪/୫ଟି ଘର ଭାଙ୍ଗିଯାଇଛି । ଆସବାବପତ୍ର ଘଟଣାସ୍ଥଳରେ ପଡିରହିଛି । ଲୋକମାନେ ଜୀବନ ବିକଳରେ ଘର ଛାଡି ଚାଲି ଯାଇଛନ୍ତି । ଏପରିକି ବାଇକକୁ ମଧ୍ୟ ବାହାର କରିପାରିନାହାନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରଶାସନ ସେଠାରେ ପହଞ୍ଚିପାରିନାହିଁ ।
ମାଲକାନଗିରି ଜିଲ୍ଲାରେ ଗତ ୨ ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି । ଏଥିଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମୋଟୁ ସୀମାନ୍ତ ନିଲିପାକା ନିକଟରେ ରାସ୍ତା ଉପରେ ପାଣି ଜମିବା ଯୋଗୁଁ ଯାତାୟତ ବାଧା ପ୍ରାପ୍ତ ହୋଇଛି । ଏଥିଯୋଗୁଁ ମାଲକାନଗିରିରୁ ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଛି । ଉଭୟ ପାର୍ଶ୍ୱରେ ଗାଡି ଗୁଡିକ ଅଟକି ରହିଛି । ଏବେବି ସେଠାରେ ବର୍ଷା ଲାଗି ରହିଛି । ଗୋଦାବରୀ ନଦୀ ଦ୍ୱିତୀୟ ବିପଦ ସଙ୍କେତ ଉପରେ ରହିଛି । ମାଲକାନଗିରି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)