• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ପୂର୍ବାନୁମାନ

  • ଆସନ୍ତାକାଲି ଏବଂ ୧୬ ରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା

ଭୁବନେଶ୍ୱର : ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିପାଇଁ ଅନେକ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ତେବେ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୫ ଓ ୧୬ ଏହି ଦୁଇ ଦିନ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଉପକୂଳରେ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୧୬ରୁ ବର୍ଷା ‌ଆରମ୍ଭ ହେବ । ଏଥିସହ ଅଗଷ୍ଟ ୨୦ ପରେ ମାସ ଶେଷ ପର୍ଯ୍ୟନ୍ତ ମୌସୁମୀ ପୁଣି ଦୁର୍ବଳ ରହିବ ବୋଲି ଅନୁମାନ କରାଯାଉଛି।

ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ସ୍ଥତି ଉପୁଜିଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ମୁକାବିଲା କର୍ତ୍ତୃପକ୍ଷ ଏନେଇ ଏକ ପ୍ରାଥମିକ ରିପୋର୍ଟ ଜାରି କରିଛନ୍ତି । ଆଉ ଏହି ରିପୋର୍ଟରୁ ରାଜ୍ୟର ମରୁଡ଼ି ସ୍ଥିତି ସମ୍ପର୍କରେ ସ୍ପଷ୍ଟ ହୋଇଛି। ଏଥିପାଇଁ ରାଜ୍ୟ ଡ୍ରଟ୍‌ ମନଟରିଂ ସେଲ୍‌ ଗଠନ କରାଯିବା ସହିତ କାମ ଆରମ୍ଭ କରି ଦେଇଛି ।

ରାଜ୍ୟରେ ଜୁନ୍‌ ୧ ରୁ ଅଗଷ୍ଟ ୧୩ ଭିତରେ ମୋଟ୍‌ ୪୯୯ ମିମି ବର୍ଷା ହୋଇଛି । ସ୍ବାଭାବିକ ବର୍ଷା ଠାରୁ ବର୍ଷାଠାରୁ ଏହା ୨୯.୮ ପ୍ରତିଶତ କମ୍‌ । କଟକ, ଜଗତସିଂହପୁର, କୋରାପୁଟ ଓ ନୂଆପଡ଼ା ଆଦି ୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ତେବେ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷର । ପାଣି ଅଭାବରୁ ଜମି ଶୁଖିଲା ପଡ଼ିଛି । ଚାଷ ହୋଇ ପାରୁନି, ଜମି ଫାଟି ଆଁ କଲାଣି । ତଥାପି ବର୍ଷାର ଦେଖା ନାହିଁ । ଅନୁଗୁଳ, ଭଦ୍ରକ, ଯାଜପୁର, କନ୍ଧମାଳ, କେନ୍ଦୁଝର, ରାୟଗଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାରେ ୩୯%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି ।