Advertisment

Heavy Rainfall: ଆସୁଛି ଆଉ ଏକ ଲଘୁଚାପ; ପ୍ରବଳ ବର୍ଷିବ, ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ

ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆସନ୍ତା କାଲି ଓ ମଙ୍ଗଳବାର ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Heavy Rain

Heavy Rain

ପୁଣି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତାକାଲି ଉତ୍ତରପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ଆଜିଠୁ ରାଜ୍ୟରେ ବଢିବ ବର୍ଷା ପରିମାଣ । କାଲି ଓ ମଙ୍ଗଳବାର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ।

Advertisment

ଆଜି ରାଜ୍ୟର ୨୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିଭଳି ଆସନ୍ତାକାଲି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ୧୯ରେ କୋରାପୁଟ ଓ କଳାହାଣ୍ଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ସହ ପ୍ରବଳ ବର୍ଷା ହୋଇପାରେ। ବାକି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ରୁ ୨୦ ତାରିଖ ଯାଏଁ ସମୁଦ୍ର ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଅନ୍ୟ ପଟେ ୨୭ ତାରିଖ ଆଡକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

Advertisment

ଅଧିକ ପଢନ୍ତୁ: ବର୍ଷାରେ କଲବଲ ଦିଲ୍ଲୀରୁ ହିମାଚଳ, ରାଜରାସ୍ତାରେ ଲହଡି ଭାଙ୍ଗୁଛି ପାଣି

Weather IMD Forecast Heavy Rainfall Low Pressure In Bay Of Bengal
Advertisment
Advertisment