Advertisment

ଭିଜିଲା ରାଜଧାନୀ ! ଅସରାଏ ବର୍ଷାରେ ଇସ୍କନ୍‌ ସାମ୍ନାରେ ଅଣ୍ଟେ ପାଣି

ଆସନ୍ତାକଲି ପାଇଁ ଉତ୍ତର ଓଡିଶାର ଅଧିକାଂଶ ଅଞ୍ଚଳ ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଅଦ୍ୟତନ ହୋଇଛି
Bhubaneswar Rainfall

Weather Forecast

Advertisment

ଅସରାରେ ବର୍ଷାରେ ପୁଣି ଭିଜିଲା ରାଜଧାନୀ । ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ବର୍ଷା ହୋଇଛି । ବର୍ଷା ଫଳରେ ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିଲା । ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖରେ ଆଜି ପୁଣି ଅଣ୍ଟାଏ ଅଣ୍ଟାଏ ପାଣି ଜମା ହୋଇଥିଲା । ଗାଡି, ମୋଟର ଅଧା ବୁଡିଯାଇଥିବା ଦେଖିବାକୁ ମିଳିଥିଲା ।

Advertisment

ପଶ୍ଚିମା ଝଡ ପ୍ରଭାବରେ ୩୦ ମାର୍ଚ୍ଚରୁ ଏପ୍ରିଲ ୧ ଯାଏଁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ଆଜି ୧୨ଟି ଜିଲ୍ଲାକୁ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ହେବ ବୋଲି ଚେତାବନୀ ଦିଆଯାଇଥିଲା । ଏହି ସମୟରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ ହୋଇଥିଲା । ଆସନ୍ତାକଲି ପାଇଁ ଉତ୍ତର ଓଡିଶା ର ଅଧିକାଂଶ ଅଞ୍ଚଳ ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Weather Update Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ