/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684508449.jpg)
Heavy Rainfall
ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଳୁଛି ପଶ୍ଚିମ ଓଡ଼ିଶା, କିନ୍ତୁ ଉପକୂଳ ଓଡ଼ିଶାରେ ରହିଛି କାଳବୈଶାଖୀର ପ୍ରଭାବ। ଆଜି ଅପରାହ୍ନରେ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ଝଡ଼ ସହ ହାଲୁକା ବର୍ଷା ରେକର୍ଡ କରାଯାଇଛି। ଫଳରେ କିଛି ସ୍ଥାନରେ ବିଦ୍ୟୁତ ବିଭ୍ରାଟ ହେବା ସହ ଜନଜୀବନ ପ୍ରଭାବିତ ହୋଇଛି ।
ଏହାପୂର୍ବରୁ ଆଜି ଦିନବେଳେ ରାଜ୍ୟର ପ୍ରାୟ ୧୮ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି। ୪୩ ଦଶମିକ ୭ ଡିଗ୍ରୀ ସହ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବଲାଙ୍ଗିର। ସେହିପରି ସୋନପୁର ଏବଂ ସମ୍ବଲପୁରରେ ପାରଦ ୪୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୨ ଦଶମିକ ୮, ଝାରସୁଗୁଡ଼ାରେ ୪୨ ଦଶମିକ ୬, ରାଉରକେଲାରେ ୪୨ ଦଶମିକ ୨, ନୂଆପଡ଼ା ଓ ବରଗଡ଼ରେ ୪୨, ବାରିପଦା ଏବଂ ଦେବଗଡ଼ରେ ୪୧, ହୀରାକୁଦରେ ୪୦ ଦଶମିକ ୯, ତାଳଚେରରେ ୪୦ ଦଶମିକ ୮, ଟିଟିଲାଗଡ଼ ଓ ଭବାନୀପାଟଣାରେ ୪୦ ଦଶମିକ ୫, ଅନୁଗୁଳରେ ୪୦ ଦଶମିକ ୧ ଏବଂ ଭଦ୍ରକରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଆଗକୁ ବି ପଶ୍ଚିମ ଓଡ଼ିଶାରେ କିଛିଦିନ ପାଇଁ ଏଭଳି ଗ୍ରୀଷ୍ମପ୍ରବାହ ଲାଗିରହିବ। କିନ୍ତୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)