Advertisment

ବାତ୍ୟା ‘ଗୁଲାବ’: ପବନ, ବର୍ଷା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା

ପବନ ଓ ବର୍ଷା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ତେଣୁ ପ୍ରାଥମିକତା ଭିତ୍ତିରେ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Rajalaxmi Sahoo
ss

sss

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । କିଛି ଅଞ୍ଚଳରେ ଝିପଝିପ୍ ବର୍ଷା ହେଉଛି । ଏବେ ଗୋପାଳପୁର ଠାରୁ ଏହା ୨୭୦ କି.ମି. ଦୂରରେ ଥିବା ବେଳେ ଆଜି ମଧ୍ୟ ରାତ୍ରରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଓଡ଼ିଶାକୁ ୧୩ଟି ଏନଡିଆରଏଫ୍ ଟିମ୍ ଆସିଛି।

Advertisment

‘ଗୁଲାବ’ର ମୁକାବିଲା କରିବାକୁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ପବନ ଓ ବର୍ଷା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ତେଣୁ ପ୍ରାଥମିକତା ଭିତ୍ତିରେ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୁମ୍ମା, ଗୋଷାଣୀ, ମୋହନା ଓ ରାୟଗଡ଼ ବ୍ଳକ୍‌ରେ ଭୂ-ସ୍ଖଳନର ଆାଶଙ୍କା ଥିବାରୁ କେତେକ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗାଁ ଲୋକ, ବିଶେଷ କରି ପ୍ରସୂତୀଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରାଯାଉଛି। ଶେଷ ଖବର ସୁଦ୍ଧା ୭ ଗର୍ଭବତୀଙ୍କ ସହିତ ୬ ଶହ ଜଣଙ୍କୁ ଆାଶ୍ରୟସ୍ଥଳୀକୁ ଅଣାଯାଇଛି। ଜିଲ୍ଲା ପ୍ରଶାସନ ସେମାନଙ୍କୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରିଛି।  ଏହି ଜିଲ୍ଲାରେ ୬ଟି ଓଡ୍ରାଫ ୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍ ମୁତୟନ ଅଛନ୍ତି। ଜିଲ୍ଲାର ସମସ୍ତ ୭ଟି ବ୍ଲକ ପାଇଁ ୭ ଜଣ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏହାସହ ୫୫ଟି ଆଶ୍ରୟସ୍ଥଳୀ କରାଯାଇଛି।

Advertisment

ଅନ୍ୟପକ୍ଷେ, ‘ଗୁଲାବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍‌ର ଏକ ଟିମ୍ ଫୁଲବାଣୀରେ ପହଞ୍ଚିଛି। ଏହି ଟିମ୍‌କୁ ବାଲିଗୁଡ଼ା ପଠାଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୁଲାବର ଅଧିକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହାସହ ଥିବାରୁ ଏହି ୨ ଜିଲ୍ଲାକୁ ଲାଗି କରି ରହିଥିବା କନ୍ଧମାଳରେ ମଧ୍ୟ ଜୋର୍ ବର୍ଷା ପବନ ହୋଇପାରେ।  ତେଣୁ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବାକୁ ଏଠାକୁ ଗୋଟିଏ ଓଡ୍ରାଫ୍ ଟିମ୍ ପଠାଯାଇଛି। 

IMD Heavy Rainfall Alert Rain Alert In Odisha Cyclone Gulab
Advertisment
Advertisment