/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660360741.jpg)
Special story
୩ ଦିନ ସାରା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା । କେଉଁଠି ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ ତ କେଉଁ ତଳିଆ ଅଞ୍ଚଳରେ ଦେଖାଦେଇପାରେ ଜଳବନ୍ଦୀ ସମସ୍ୟା । ସମ୍ଭାବ୍ୟ ବର୍ଷାକୁ ଦେଖି ୧୫ ତାରିଖ ଯାଏଁ ସବୁ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ । ପଶ୍ଚିମ ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇ ଘନୀଭୂତ ହେବ ।
ମୂଷଳ ବର୍ଷା ପାଇଁ ସାଂଘାତିକ ପ୍ରଭାବିତ ହୋଇପାରେ ସାରା ରାଜ୍ୟ ଆଜିଠୁ ଆସନ୍ତାକାଲି ସକାଳ ଯାଏଁ ୧୪ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୪ ତାରିଖରୁ ୧୫ ସକାଳ ଯାଏଁ ୧୬ଟି ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ସମେତ ଗଜପତି ଓ ଗଂଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଜଳସ୍ତର ବଢ଼ିବା ସହ ଋଷିକୂଲ୍ୟା, ବଂଶଧାରା ଓ ନାଗାବଳୀ ଫୁଲିବ ।
ଏପଟେ ଲଘୁଚାପ ପୂର୍ବରୁ ତାଣ୍ଡବ ରଚିଛି ସକ୍ରିୟ ମୌସୁମୀ ବର୍ଷା । ବାଲେଶ୍ୱର ଭୋଗରାଇ ବ୍ଲକ ଅନ୍ତର୍ଗତ ଉଜୁଡ଼ା ଗାଁ ସ୍କୁଲରେ ପଶିଛି ପାଣି । ୨ ଦିନ ହେଲା ବନ୍ଦ ରହିଛି ପାଠପଢ଼ା । କେନ୍ଦୁଝର କୋଇଡ଼ା ବ୍ଲକର ଗୋପପୁର ସାହିରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଲୋକେ । ସେପଟେ ଲଗାଣ ବର୍ଷାରେ ବାଲେଶ୍ୱର ବୁଢ଼ାବଳଙ୍ଗ ଫୁଲିବା ସହ ତଳିଆ ଅଞ୍ଚଳରେ ପାଣି ମାଡ଼ିଯାଇଛି । ଏପଟେ ଭଦ୍ରକରେ ବୈତରଣୀ ନଦୀ ଫୁଲିବା ସହ ଶାଳନ୍ଦୀ ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ହଦଗଡ଼ ଡ୍ୟାମ୍ରୁ ପାଣି ଛଡ଼ାଯାଇଛି । ଫଳରେ ଆଖୁଆପଦା ନିକଟରେ ବିପଦ ସଙ୍କେତ ପାଖାପାଖି ପାଣି ପ୍ରବାହିତ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)