• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗ। ଥରୁଛି ପୂରା ରାଜ୍ୟ, ଅସ୍ତବ୍ୟସ୍ତ ଜନଜୀବନ। ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ବର୍ଷା। ଗତକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ।

ସେହିପରି ଆଜି ପାଇଁ ୧୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ତେବେ ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ସହ ଦିନ ତାପମାତ୍ରା ସାମାନ୍ୟ ବଢ଼ିବ। ରାତି ତାପମାତ୍ରା କିନ୍ତୁ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବରଗଡରୁ ବାଲେଶ୍ୱର, ବାସୁଦେବପୁରରୁ ବିନିକା । ରାଜ୍ୟର ଅନେକ ସ୍ଥାନରୁ ଆସୁଛି ମଣ୍ଡିରେ ଧାନ ଭିଜୁଥିବାର ଚିତ୍ର। ବିଚରା ଚଷାପୁଅ ମେଘୁଆ ଆକାଶ ତଳେ ଜରିପାଲ ଘୋଡାଇ ନିଜର କଷ୍ଟ ଉପାର୍ଜିତ ଶସ୍ୟକୁ ବର୍ଷା ଦାଉରୁ ରକ୍ଷା କରିବାକୁ ସଂଘର୍ଷ କରୁଛି।

ଆଉ କେଉଁଠି ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଥିବା ନିଜର ପନିପରିବାକୁ ଦେଖି ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ। ଖାଲି ଏତିକିରେ ଶେଷ ହୋଇନାହିଁ ଅଦିନିଆ ବର୍ଷାର ଦାଉ। ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ଫିକା ପକାଇ ଦେଇଛି ବର୍ଷା ଓ କୋହଲା ପାଗ। ଗତକାଲିଠାରୁ ବରଗଡ଼ରେ ଲାଗି ରହିଥିବା ବର୍ଷା ପାଇଁ ଏଠାକାର ମୀନା ବଜାର ପଡିଆରେ ଜମି ରହିଛି ପାଣି।

  • Reported by:
  • ARACHANA SATPATHY

OTV is now on Whatsapp

Join and get latest news update delivered to you via whatsapp

Join Now