Advertisment

ରାଜ୍ୟରେ ପୁଣି ବଢିବ ବର୍ଷା; ଆଜି ପାଇଁ ୧୪ ଉପକୂଳ ଜିଲ୍ଲାକୁ ବିଜୁଳି-ଘଡ଼ଘଡ଼ି ୱାର୍ଣ୍ଣିଂ...

କାଲିଠୁ ଦୁଇ ଦିନ ବର୍ଷିବ । ମିଆଁମାର ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି ।

ଅଦ୍ୟତନ ହୋଇଛି
IMD Predicts Heavy Rain From September 13

Heavy rain

Advertisment

ରାଜ୍ୟରେ ପୁଣି ବର୍ଷା ୱାର୍ଣ୍ଣିଂ। କାଲିଠୁ ଦୁଇ ଦିନ ବର୍ଷିବ । ମିଆଁମାର ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗ ଦେଇ ଗତି କରି ଉପକୂଳବର୍ତ୍ତୀ ବଙ୍ଗଳାଦେଶକୁ ଆସିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। 

Advertisment

ଆଜି ଉପକୂଳବର୍ତ୍ତୀ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ । ୧୩ ତାରିଖରେ ପ୍ରବଳ ବର୍ଷା ନେଇ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି।

ଅଧିକ ପଢ଼ନ୍ତୁ: ବହୁ ବର୍ଷ ପରେ ପୂର୍ଣ୍ଣକାଳୀନ ଅଧିବେଶନ

ଏପଟେ ଶ୍ରୀହୀନ ପୋଟେରୁରେ କ୍ୟାମେରା ସାମ୍ନାକୁ ଆସିଛି ବିପନ୍ନଙ୍କ ଦୁର୍ଦ୍ଦଶାର ମାଳ ମାଳ ଚିତ୍ର । କାହାର ଘର ତ ପୁଣି କାହାର ଦୋକାନ । ସବୁଠି ଏବେ ଖାଲି ପଙ୍କ କାଦୁଅର ରାଜୁତି। ଦୁଇ ଦିନ ଧରି ମଣିଷ ଉଚ୍ଚାଏ ପାଣିରେ ସବୁ ଭାସି ବତୁରି ଯିବା ପରେ ଏବେ ବତୁରା ଭବିଷ୍ୟତ ସହ ଲଢ଼େଇ କରିବାକୁ ପୁଣି ଆରମ୍ଭ ହୋଇଛି ସାଉଁଟା ସଂଘର୍ଷ।

Advertisment

ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ମାଲକାନଗିରି ସାମାନ୍ୟ ଆଶ୍ୱସ୍ତ ହୋଇଛି ସତ, ହେଲେ ସାଷ୍ଟାଙ୍ଗ ହୋଇପାରିନି । ଏବେ ବି ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ,କନ୍ୟାଶ୍ରମ, କାଙ୍କରକୋଣ୍ଡା ଆଦି ପୋଲ ଉପରେ ସୁଅ କାଟି ଚାଲିଛି ବନ୍ୟା ପାଣି । ପୋଟେରୁ ପୋଲ, ଆଜି ବି ପାଣିରେ ବୁଡ଼ିରହିଛି । ଗତକାଲି ସୁ ସୁ ଗର୍ଜନ କରି ୧୫ ଫୁଟ୍ ଉଚ୍ଚରେ ପାଣି ଚାଲୁଥିଲା, ଆଜି ତଥାପି ୫ ଫୁଟ୍ ପାଣି ଅଛି । କେତେ ଭୟଙ୍କର ଥିଲା ବନ୍ୟା ସ୍ରୋତର ସୁଅ ।

Weather Update Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ