Advertisment

ଉତ୍ତର ଭାରତରେ ବର୍ଷା ବିତ୍ପାତ: ହିମାଚଳ, ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ

ହିମାଚଳ ପ୍ରଦେଶରେ ଅତି ପ୍ରବଳ ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

author-image
Chandan Shishu
Heavy rain lashes several parts of north India

Heavy rain lashes several parts of north India

ହିମାଚଳ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ ହେଉ, କି ମେଟ୍ରୋ ସିଟି ଦିଲ୍ଲୀ। ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ। କେଉଁଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍, ପୁଣି କେଉଁଠି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ। ହିମାଚଳ ପ୍ରଦେଶର ମଣ୍ଡି ଏବଂ ଜାମ୍ମୁ-କାଶ୍ମୀରର ରାମ୍ବାନ ଜାତୀୟ ରାଜପଥରେ ମାଇଲ ମାଇଲ ଧରି ଟ୍ରାଫିକ୍ ଜାମ୍ ଖବରର ଶିରୋନାମା ପାଲଟିଛି। ହିମାଚଳ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ ହେଉ, କି ମେଟ୍ରୋ ସିଟି ଦିଲ୍ଲୀ। ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ। କେଉଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍, ପୁଣି କେଉଠି ଲଗାଣ ବର୍ଷାରେ ଜନଜୀବନ ହନ୍ତସନ୍ତ। ହିମାଚଳ ପ୍ରଦେଶର ମଣ୍ଡି ଏବଂ ଜାମ୍ମୁ-କାଶ୍ମୀରର ରାମ୍ବାନ ଜାତୀୟ ରାଜପଥରେ ମାଇଲ ମାଇଲ ଧରି ଟ୍ରାଫିକ୍ ଜାମ୍ ଖବରର ଶିରୋନାମା ପାଲଟିଛି। 

Advertisment

ହିମାଚଳରୁ ଉତ୍ତରାଖଣ୍ଡ... ଜାମ୍ମୁ-କାଶ୍ମୀରରୁ ଦିଲ୍ଲୀ ଓ ହରିୟାଣା... ଉତ୍ତର ଭାରତରେ ବର୍ଷା ବିତ୍ପାତ ଓ ଜଳ ପ୍ରଳୟ। ବିଭିନ୍ନ ପାହାଡ଼ିଆ ନଦୀରେ ଅଚାନକ ବନ୍ୟା ଆସିବା ଫଳରେ କେଉଁଠି ରାସ୍ତା ଓ ପୋଲ ବୁଡ଼ିଯାଇଛି, ତ ଆଉ କେଉଁଠି ରାଜପଥରେ ମାଇଲ୍ ମାଇଲ୍ ବାଟ ଟ୍ରାଫିକ ଜାମ୍ ସ୍ଥିତି ସୃଷ୍ଟି କରିଛି ଭୂସ୍ଖଳନ। ହିମାଚଳ ପ୍ରଦେଶ ମଣ୍ଡି-କୁଲୁ ହାଇୱେରେ ଫ୍ଲାସ୍ ଫ୍ଲଡ୍ ଓ ଲ୍ୟାଣ୍ଡ ସ୍ଲାଇଡ୍ ଯୋଗୁଁ ସେଭେନ୍-ମାଇଲ ନିକଟରେ ୧୫ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ୍। ସବୁ ହୋଟେଲ୍ ରୁମ୍ ଫୁଲ୍।ରାସ୍ତା ଉପରେ ଗତକାଲିଠୁ ଫସି ରହିଛନ୍ତି ୨ ଶହରୁ ଅଧିକ ପର୍ଯ୍ୟଟକ। 

ରାସ୍ତା ଉପରୁ ବିରାଟ ବିରାଟ ପଥର ହଟାଇବାକୁ ପ୍ରଶାସନ ଜୋରସୋରରେ ଉଦ୍ୟମ ଚଳାଇଥିଲେ ବି, ପ୍ରବଳ ବର୍ଷା ସେଥିରେ ବାଧା ଦେଉଛି। ତେଣେ ମଣ୍ଡିର କମ୍ୟୁନିଟି ହଲକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା। କୁଲ୍ଲୁ ଅଞ୍ଚଳରେ ବି ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ହିମାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ଏବେସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୨ଟି ଏନ୍ଏଚ୍ ସମେତ ୧୨୪ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ହିମାଚଳରେ ଆସନ୍ତାକାଲି ମଧ୍ୟ ଅତି ପ୍ରବଳ ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

Advertisment

ଉତ୍ତରାଖଣ୍ଡରେ ବି ସମାନ ଦୁର୍ଦ୍ଦଶା। ଭୂସ୍ଖଳନ ଯୋଗୁ ଗଡ଼ୱାଲ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଏକପ୍ରକାରର ବନ୍ଦ ହୋଇଯାଇଛି। ଫଳରେ ବିଭିନ୍ନ ଆଡୁ ଆସିଥିବା ଯାତ୍ରୀ ଓ ପର୍ଯ୍ୟଟକ ଏଠାରେ ଫସି ରହିଛନ୍ତି । ଗତକାଲି ରାତିଠାରୁ ଏଭଳି ଅବସ୍ଥାରେ ଅଟକି ରହିଥିବା କହିଛନ୍ତି ଯାତ୍ରୀ। ଏପଟେ ରାଜଧାନୀ ଡେରାଡୁନରେ ବି ଅନବରତ ବର୍ଷା ଲାଗି ରହିଛି। ତେଣେ ଜାମ୍ମୁ-କାଶ୍ମୀର ‘ରାମ୍ ବାନ’ରେ ଭୂସ୍ଖଳନ ଯୋଗୁଁ ରାସ୍ତାରେ ଅଟକି ରହିଛି ଗାଡ଼ି। ଏପରିକ ଟନେଲ ଭିତରେ ବି ଗାଡ଼ି ଦୀର୍ଘ ସମୟ ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ପ୍ରାୟ ୩ଶହ ଟ୍ରକ୍ ଅଟକି ରହିଛି।

ଖାଲି ପାହାଡ଼ିଆ ଅଞ୍ଚଳ ନୁହେଁ, ଦିଲ୍ଲୀ ଭଳି ମେଟ୍ରୋ ସିଟି ଓ ନିକଟବର୍ତ୍ତୀ ହରିୟାଣା ଗୁରୁଗ୍ରାମରେ ବି ଜନଜୀବନକୁ ପ୍ରଭାବିତ କରିଛି ଲଗାଣ ବର୍ଷା ଓ ଜଳବନ୍ଦୀ ସ୍ଥିତି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଥିବା ବେଳେ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।  ଦିଲ୍ଲୀ ଓ ଏହାର ଉପକଣ୍ଠରେ ଲଗାଣ ବର୍ଷା ଯୋଗୁ ରାଜରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଗତକାଲି ପଞ୍ଚକୁଲାରେ ଏକ କାର ପ୍ରଖର ସୁଅରେ ଭାସିଯିବା ପରେ, ତା ଭିତରକୁ ଜଣେ ମହିଳାଙ୍କୁ ଦଉଡ଼ି ସାହାଯ୍ୟରେ ଅତି ନାଟକୀୟ ଢଙ୍ଗରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ।

Heavy Rainfall
Advertisment
Advertisment