• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଲଗାଣ ବର୍ଷା ପରେ ଅଣ୍ଟାଏ ଉଚ୍ଚର ପାଣି

  • ପାଣି ଜମି ରହିଥିବାରୁ ଘରୁ ବାହାରିବା ମୁସ୍କିଲ

  • ସେପଟେ ଦିଲ୍ଲୀ ସବଜି ମଣ୍ଡିରେ ଭୁଶୁଡିଲା କୋଠା

ରାଜକୋଟ : ଗୁଜରାଟରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହେଉଛି । ଏଥିଯୋଗୁଁ ଅନେକ ଅଂଚଳରେ ପାଣି ଜମି ରହିଛି । ରାଜକୋଟ ସହରର ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଭିତରେ ପାଣି ଜମି ରହିଥିବାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି । ସେପଟେ ପ୍ରବଳ ବର୍ଷାଯୋଗୁଁ ରାଜକୋଟରେ ଦୁଇଟି କାର ଭାସିଯାଇଛି । ସ୍ଥାନୀୟ ଲୋକମାନେ କାରଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ ।

ସେହିପରି ଗୁଜରାଟ ଜାମନଗରର ନାଗେସର ଅଂଚଳରେ ଫସି ରହିଥିବା ୬ଜଣ ଲୋକଙ୍କୁ ଉଦ୍ଦାର କରାଯାଇଛି । ଲଗାଣ ବର୍ଷାଯୋଗୁଁ ଦୀର୍ଘ ସମୟ ଧରି ୪ଜଣ ମହିଳା ଓ ୨ ଜଣ ପୁରୁଷ ଫସି ରହିଥିଲେ । ଉଦ୍ଧାର କରିବାକୁ ସେମାନେ ସରକାରଙ୍କୁ ଅପିଲ କରିଥିଲେ । ଏହାପରେ ହେଲିକର ଦ୍ୱାରା ସେମାନଙ୍କୁ ଉଦ୍ଦାର କରାଯାଇଥିଲା ।

ସେପଟେ ଦିଲ୍ଲୀର ସବଜି ମଣ୍ଡି ଅଞ୍ଚଳ ନିକଟରେ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । କୋଠା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ଅଗ୍ନିଶମ ବାହିନୀ । ଅନେକ ଲୋକ ଏବେ ବି ମାଟି ତଳେ ଦବି କି ଅଛନ୍ତି ବୋଲି ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି ।

ଆଜି ଦିଲ୍ଲୀର ଆଜାଦପୁର ପରିବା ବଜାର ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି । ରାତି ପ୍ରାୟ ୧୧.୫୦ ସମୟରେ ସବଜି ମଣ୍ଡି ଅଞ୍ଚଳରୁ ବଜାରରୁ ଏକ ଫୋନ୍ କଲ କରାଯାଇଥିଲା, ସେଠାରେ ଏକ କୋଠା ଭୁଶୁଡି ପଡିଥିବା ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପାଞ୍ଚଟି ଅଗ୍ନି ଟେଣ୍ଡର ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ଏହି କୋଠାଟି ମାଲକାନଗଞ୍ଜ ନିକଟ ଦିଲ୍ଲୀର ରବିନ୍ ସିନେମା ସାମ୍ନାରେ ଅବସ୍ଥିତ ।