Advertisment

Heavy Rain and Thunderstorms in Odisha: ଅଧା ଓଡ଼ିଶାରେ ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ!

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ହାଲୁକା ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ।

Heavy Rainfall

Heavy Rainfall

Advertisment

ଆଜି ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷିବଭୀଷଣ ବର୍ଷା ସହ ବଜ୍ରପାତ ପାଇଁ ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛିସେହିପରି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଡୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି

Advertisment

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ହାଲୁକା ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛିଆସନ୍ତାକାଲି ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବପ୍ରବଳ ବର୍ଷା ପାଇଁ କୋରାପୁଟ, ମାଲକାନଗିର, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି

ଅଧିକ ପଢନ୍ତୁ: ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ; ୭ ଦଫା ଦାବି ନେଇ ଆନ୍ଦୋଳନ ଡାକରା…

Advertisment

ଏପଟେ ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଥିବା ବନ୍ୟା ଜଳ ମହାନଦୀର ତଳ ମୁଣ୍ଡରେ ପହଞ୍ଚିବବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛିଆଜି ମୁଣ୍ଡଳିରେ ସାଢେ ୪ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିବା ଅନୁମାନ କରାଯାଉଛିସେପଟେ ଉପର ମୁଣ୍ଡରେ ଅଧିକ ବର୍ଷା ହେଲେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବତେବେ ମହାନଦୀର ତଳ ମୁଣ୍ଡରେ ଏବେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଯାଜପୁରରେ ସ୍ଥିତି ଖରାପ ବୈତରଣୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇଛି ତେବେ ଲଗାଣ ବର୍ଷା ସାଂଗକୁ ନଦୀର ଜଳ ସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ପରିସ୍ଥିତି ଉପୁଜିନଥିବା ଏବଂ ପ୍ରଶାସନ ବନ୍ୟା ନିୟନ୍ତ୍ରଣ ଲାଗି ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି ସେପଟେ ଯାଜପୁର ଦଶରଥପୁର ବ୍ଲକ ନିଜାମପୁର ନୂଆପାଟଣା ନିକଟରେ ନଦୀ ପାଣି ମାଡରେ ୧୦ ଫୁଟରୁ ଉର୍ଦ୍ଧ୍ବ ପଠା ଧସିଥିବା କାରଣରୁ ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରି ବଲହା ଓ ବାଲି ବସ୍ତା ଦେଇ ଅସ୍ଥାୟୀ ମରାମତି ସରିଛି ନଦୀ ମଝିରେ ପୂର୍ତ୍ତ ବିଭାଗ ନବ ନିର୍ମିତ ସେତୁ ନିକଟରେ ପୋତା ଯାଇଥିବା ବଲହା ସହ ଥିବା ମାଟି ଦ୍ବୀପରେ ପାଣି ମାଡ଼ ହେଉଥିବା କାରଣରୁ ନଦୀ ପଠାକୁ ପାଣି ଖାଉଥିବା ଜଣାପଡ଼ିଛି ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ, ଜଳସମ୍ପଦ ବିଭାଗ , ପୂର୍ତ୍ତ ବିଭାଗର ଅଧିକାରୀମାନେ ସ୍ଥିତି ସମୀକ୍ଷା କରିଛନ୍ତି

Advertisment
Heavy Rainfall Heavy Rainfall Alert Heavy Rainfall Warning Heavy Rain In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ