• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାଣିରେ ଉବୁଟୁବୁ କୋଲାକତା । ଲଗାଣ ବର୍ଷାରେ ବେହାଲ ସିଟି ଅଫ ଜୟ । ସଲ୍ଟ ଲେକ୍, ପାର୍କ ଷ୍ଟିଟ୍, ଟଲିଗଞ୍ଜ ଭଳି ଏକାଧିକ ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ବିଶେଷ ଭାବେ ହାୱଡା ଅଞ୍ଚଳରେ ସ୍ଥିତି ବିଗିଡ଼ିଛି । ତଳିଆ ଅଞ୍ଚଳରେ ପାଣି ଲୋକଙ୍କ ଘରେ ପଶି ଯାଇଛି । ଫଳରେ ଘରୁ ବାହାରି ପାରୁନାହାନ୍ତି ଲୋକେ । ପୁରା ସହରରେ ଗମନାଗମନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବା ଆଜି ଦେଖିବାକୁ ମିଳିଛି ।

ସେହିଭଳି ଯେଉଁ ଲୋକମାନେ ଘରୁ ଆଜି ସକାଳେ ବାହାରିଥିଲେ ସେମାନେ ରାସ୍ତାରେ ଫସି ଯାଇଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ବର୍ଷା ଦିନ ଆସିଲେ କୋଲକାତାରେ ଏପରି ସମସ୍ୟା ଦେଖିବାକୁ ମିଳେ । ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଥିବାରୁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗତ ୨-୩ ଦିନ ଧରି ପଶ୍ଚିମବଙ୍ଗର ବିଭନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ସ୍ଥିତି ଏପରି ହୋଇଥିଲା ଯେ କୋଲକତା ବିମାନ ବନ୍ଦରରେ ବି ପାଣି ପଶିଯାଇଥିଲା । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜୀତୀୟ ବିମାନ ବନ୍ଦରର ଟର୍ମିନାଲ ଜଳବନ୍ଦୀ ହୋଇଥିଲା । ଏଥିଯାଗୁଁ ବିମାନଚଳାଚଳ ପ୍ରଭାବିତ ମଧ୍ୟ ହୋଇଥିଲା । ଅନେକ ଯାତ୍ରୀ ବିମାନବନ୍ଦରରେ ଅଟକି ରହିଥିବା ଖବର ସାମ୍ନାକୁ ଆସିଥିଲା ।

ସେପଟେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ ! ୨୬ରୁ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଗୋଟିଏ ଲଘୁଚାପ ବର୍ଷାରେ ଅଧା ରାଜ୍ୟ ବେହାଲ ହୋଇପଡ଼ିଥିବା ବେଳେ ଆଉ ଏକ ଘୂର୍ଣ୍ଣିବଳୟ ବିପନ୍ନଙ୍କୁ ଚିନ୍ତାରେ ପକାଇଛି । କାହିଁକି ନା ଆସନ୍ତା ୨୫ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବ । ଏହାର ପ୍ରଭାବରେ ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ସେପ୍ଟେମ୍ୱର ୨୫ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଓଡ଼ିଶା ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।