/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651127278.jpg)
Heatwave In Odisha | IMD Puts 9 Districts On Alert, Govt Issues Special Advisory
ଜଳୁଛି ପୁରା ଓଡ଼ିଶା । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଗରମ । ତାତିରୁ ତ୍ରାହି ତ୍ରାହି ଡାକୁଛି ସାରା ରାଜ୍ୟ । ଗରମ ଏତେ ଯେ ଘରୁ ବାହାରକୁ ବାହାରିବା ରହିବା ମୁସ୍କିଲ୍ ହୋଇପଡ଼ୁଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ୯ଟି ଜିଲ୍ଲାକୁ ହିଟ୍ ୱେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଛି ।
ଆଭ୍ୟନ୍ତରୀଣ ଜିଲ୍ଲାରେ ୩ରୁ ୫ ଡିଗ୍ରୀ ଓ ଉପକୂଳ ଜିଲ୍ଲାରେ ୨ରୁ ୩ ଡିଗ୍ରୀ ଅଧିକ ତାପମାତ୍ରା ରହିପାରେ। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ହିଟ୍ ୱେଭ୍ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଦିନ ବେଳା ଘରୁ ବାହାରକୁ ଗଲେ ପ୍ରତିଷେଧକ ବ୍ୟବସ୍ଥା ପାଇଁ ପରାମର୍ଶ ଦିଆଯାଇଛି ।
ଗତକାଲି ରାଜ୍ୟର ୪ଟି ସହହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା । ୪୪.୫ ଡିଗ୍ରୀ ତାପମାତ୍ରା ରହିଥିବାରୁ ସୋନ୍ପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଅନୁଗୁଳରେ ୪୪. ୧ ସମ୍ବଲପୁର ୪୩.୮, ସୁନ୍ଦରଗଡ଼ ଓ ବୌଦ୍ଧରେ ୪୩.୫ ଡିଗ୍ରୀ, ବ୍ରହ୍ମପୁରରେ ୪୩.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୨ ଡିଗ୍ରୀ, ହୀରାକୁଦରେ ୪୩. ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
ଅନ୍ୟପକ୍ଷେ, ଅସହ୍ୟ ତାତିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏପରିକି ଦିନ ୧୦ଟା ପରେ ଲୋକେ ଘରୁ ବାହାରିବା ମୁସ୍କିଲ୍ ହୋଇପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)